Uncategorized

ତୃତୀୟ ବିଶ୍ୱ ଯୁଦ୍ଧ: ଋଷ ପ୍ରସ୍ତୁତ କରୁଛି ସର୍ବବୃହତ୍ତ ବୋମା

ମସ୍କୋ: ବିଶ୍ୱ ମହାମାରୀ କରୋନା କବଜାରେ ଏବେ ସାରା ବିଶ୍ୱ । ଏପରିସମୟରେ ଋଷ ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ଋଷ ବିଶ୍ୱର ସର୍ବବୃହତ୍ ବୋମାର ଡିଜାଇନ ଆରମ୍ଭ କରିଥିବା କୁହାଯାଉଛି ।

ମହାମାରୀ କରୋନାରେ ଅଦ୍ୟାବଧି ୩,୪୦୨,୦୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨,୩୯,୬୨୨ ଜଣଙ୍କର ମୃତ୍ୟୁ ହେଲାଣି । ତେଣୁ ସାରା ବିଶ୍ୱ ଆତଙ୍କ ମଧ୍ୟ ଦେଇ ଗତିକରୁଛି । ଏହି ମହାମରୀର ଉତ୍ପତି ସ୍ଥଳ ଚୀନ କୁହାଯାଉଥିବାରୁ ଚୀନ ଓ ଆମେରିକା ମଧ୍ୟରେ ତିକ୍ତା ବୃଦ୍ଧି ପାଉଛି । ଆମେରିକା ଏବଂ ଚାଇନାର ତିକ୍ତତା ତଥା ବିଶ୍ୱର ସର୍ବଶକ୍ତିଶାଳୀ ହେବାକୁ ଚାଲିଥିବା ଦୌଡ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ବିଶେଷଜ୍ଞ ଆକଳନ କରିବା ଅ।।ରମ୍ଭ କରି ଦେଇଛନ୍ତି । ସମ୍ପ୍ରତି ରୁଷ୍‌ ପୃଥିବୀର ସର୍ବବୃହତ୍‌ ବୋମାର ଡିଜାଇନିଂ କରିଛି। ଏହି ବୋମାକୁ ରୁଷ୍‌ର ସ୍କିଫ୍‌ ମିଜାଇଲ୍‌ରେ ସ୍ଥାପନ କରାଯିବ ବୋଲି କୁହାଯାଉଛି। ଅନ୍ତର୍ଜାତୀୟସ୍ତରରେ ହେଉଥିବା ଆଲୋଚନାକୁ ଦୃଷ୍ଟିରେ ରଖି ରୁଷ୍‌ କହିଛି ଯେ, ଏହି ବୃହତକାୟ ବୋମା ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଲାଗି ନିର୍ମାଣ କରାଯିବ। ବୋମାର ନିର୍ମାଣ କାର୍ୟ୍ୟ ନେଇ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଅବଗତ ଥିବା କୁହାଯାଉଛି।

Related posts

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୨ ବିଧାୟକଙ୍କ ଇସ୍ତଫା

mahabharatanews

ଅ।କ୍ରମଣରେ ୪ ମଣିପୁରୀ ପୁଲିସ କମାଣ୍ଡୋ ଆହତ

mahabharatanews

ଋଷିଆର ପ୍ରଧାନମନ୍ତ୍ରୀ ମିଖାଲି ମିଶୁଷ୍ଟିନ ମଧ୍ୟ କରୋନା ଭାଇରସ ପଜିଟିଭ

mahabharatanews