Uncategorized

ଦେଶରେ ୨୪ ଘଣ୍ଟାରେ ୨୫୫୩ ନୂଆ ଆକ୍ରାନ୍ତ, ୭୨ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁରେ ଆଜି ସକାଳ ସୁଦ୍ଧା ୧୩୭୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମୋଟ ୪୨ ହଜାର ୫୩୩ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୧ ହଜାର ୭୦୭ ଜଣ ସୁସ୍ଥ ହୋଇଛନ୍ତି। ୨୯ ହଜାର ୪୫୩ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୨ ଜଣଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୨ ହଜାର ୯୭୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୪୮ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୫୪୨୮ ଜଣ ଆକ୍ରାନ୍ତ ଓ ୨୯୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୪୫୪୯ ଆକ୍ରାନ୍ତ ଓ ୬୪ ମୃତ, ରାଜସ୍ଥାନରେ ୩୦୦୯ ସଂକ୍ରମିତ ଓ ୭୫ ମୃତ, ତାମିଲନାଡୁରେ ୩୦୨୩ ଆକ୍ରାନ୍ତ ଓ ୩୦ ମୃତ, ମଧ୍ୟପ୍ରଦେଶରେ ୨୮୩୭ ଆକ୍ରାନ୍ତ ଓ ୧୫୬ ମୃତ, ଉତ୍ତରପ୍ରଦେଶରେ ୨୬୪୫ ଆକ୍ରାନ୍ତ ଓ ୪୩ ମୃତ, ଆନ୍ଧ୍ରପ୍ରଦେଶରେ ୧୫୮୩ ଆକ୍ରାନ୍ତ ଓ ୩୩ ମୃତ, ପଞ୍ଜାବରେ ୧୧୦୨ ଆକ୍ରାନ୍ତ ଓ ୨୧ ମୃତ ଏବଂ ତେଲେଙ୍ଗାନାରେ ୧୦୮୨ ଆକ୍ରାନ୍ତ ହୋଇଥିବାବେଳେ ୨୯ ଜଣ ପ୍ରାଣ ହରାଇଛନ୍ତି।

Related posts

ପୁଣି ଚର୍ଚ୍ଚାରେ ଗଜନୀ

mahabharatanews

କରୋନା ମୁକାବିଲାରେ  ଧାରାବୀ ବସ୍ତୀ ପାଲଟିଛି ଉଦାହରଣ ପାଲଟିଛି

mahabharatanews

ଶୋଇବା ସମୟରେ ଏସବୁ ଜିନିଷ ପାଖରେ ରଖନ୍ତୁ ନାହିଁ

mahabharatanews