ଓଡିଶା

ଓଡିଶାକୁ ବାତ୍ୟା ଆଶଙ୍କା ନାହିଁ: କେନ୍ଦ୍ର ପାଣିପାଗ ବିଭାଗ

ଭୁବନେଶ୍ବର: ଫନିର ଏକ ବର୍ଷ ପରେ ପୁଣି ଏକ ବାତ୍ୟାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଖଣ୍ଡନ କରିଛି । କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏବେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ । କୌଣସି ଗୋଟିଏ ଦିଗକୁ ନେଇ ବାତ୍ୟା ହେବା କହିବା ଉଚିତ ନୁହେଁ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପକୁ ନେଇ ବାତ୍ୟା ହେବା ଆଶଙ୍କା କରାଯାଉଥିଲା ।

କିନ୍ତୁ ଏହା ଆଗକୁ ଘନୀଭୂତ ହେବାର ଆଶଙ୍କା ନଥିବାରୁ ବଙ୍ଗୋପସାଗରରେ ଆସନ୍ତା ୭ ଦିନ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ। ଏଦୃଷ୍ଟିରୁ ଏବେ ଓଡ଼ିଶା ପାଇଁ କୌଣସି ବାତ୍ୟା ସମ୍ଭାବନା ନାହିଁ ବୋଲି ମହାପାତ୍ର କହିଛନ୍ତି । ଏଥିସହ ସେ କହିଛନ୍ତି, ପାଣିପାଗକୁ ନେଇ ଆଇଏମଡି ତୀକ୍ଷଣ ନଜର ରଖିଛି । ପାଗରେ କୌଣସି ପରିବର୍ତ୍ତନ ଆସିଲେ ଅବଗତ କରାଯିବ ।

Related posts

ନରସିଂହପୁରର ବିଭିନ୍ନ ସ୍ଥାନକୁ ସାନିଟାଇଜ କଲା ଅଗ୍ନିଶମ

mahabharatanews

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

mahabharatanews

ସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମ

mahabharatanews