ଓଡିଶାସ୍ୱାସ୍ଥ୍ୟ

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଶ୍ରୀପଡାରେ ସ୍ୱେଚ୍ଛାକୃତ ରକ୍ତଦାନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ମାଶ୍ରୀପଡାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଶ୍ରୀପଡା ଜନ ଆରୋଗ୍ୟ ସମିତି ଓ ଗାଁ କଲ୍ୟାଣ ସମିତି, ମାଶ୍ରୀପଡାର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିର ଜିଲ୍ଲାରେ ପ୍ରଥମ ଥର ପାଇଁ ଏଠାରେ ଆୟୋଜିତ ହୋଇଥିବା ଜଣାପଡିଛି।ଶିବିରକୁ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଫିତା କାଟି ଔପଚାରିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ପରେ ବହୁ ସ୍ୱେଚ୍ଛାସେବୀ ଓ ରକ୍ତଦାତା ଉତ୍ସାହର ସହ ରକ୍ତଦାନ କରିଥିଲେ।

ଏହି ଅବସରରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ମାଝୀ, ବିପିଏମ୍‌ ହରଗୋବିନ୍ଦ ଯାନୀ, କନ୍ଧମାଳ ଜିଲ୍ଲା ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ଜୟଦେବ ଘୋଷ, ମାଶ୍ରୀପଡା ସିଏଚ୍‌ଓ ବିଶ୍ୱଜିତ ପାଢ଼ୀ, ଏଏନ୍‌ଏମ୍‌ ଝିଲି ନାୟକ, ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର, ଆଶା କର୍ମୀ ସୁନିତା ନାୟକ, ସସ୍ମିତା ଦିଗାଲ, ଦମୟନ୍ତୀ ବେହେରା ଏବଂ ମାଶ୍ରୀପଡା ଅଙ୍ଗନବାଡି କର୍ମୀ ବସୁମତୀ ମଲିକଙ୍କ ସମେତ ମାଶ୍ରୀପଡା ଜନ ଆରୋଗ୍ୟ ସମିତି ଅଧୀନରେ ଥିବା ୨୦ଟି ଗାଁ କଲ୍ୟାଣ ସମିତିର ସଦସ୍ୟା, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ।ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ଶିବିରରୁ ମୋଟ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Related posts

୫ରୁ ବଢିବ ଶୀତ

mahabharatanews

ପଦ୍ମଶ୍ରୀ କମଳା ପୂଜାରୀ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନରେ ସମ୍ମାନୀତ

mahabharatanews

ନଦୀରେ ବିସ୍ଫୋରଣ, ଜଣେ ଗୁରୁତର

mahabharatanews