ଓଡିଶା

ମୟୁରଭଞ୍ଜ ଛୁଇଁଛି କରୋନା, ଜିଲ୍ଲାରେ ତିନି ପଜିଟିଭ

ଦିପକ ମିଶ୍ର/ଉଦଳା: ୧୮ ତମ ଜିଲ୍ଲା ଭାବେ ମୟୁରଭଞ୍ଜ ଛୁଇଁଛି କୋରନା । ମୟୁରଭଞ୍ଜ ଜିଲ୍ଲାରେ ତିନି ଜଣ କୋରନା ଆକ୍ରାନ୍ତ ପଜେଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କପ୍ତିପଦା ବ୍ଲକ ଅଞ୍ଚଳର ବୋଲି ଜଣାପଡୁଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା । ଗତ ୪ ତାରିଖ ଦିନ ଦୁଇ ଗୋଟି ବସରେ ୫୪ ଜଣ ପ୍ରବାସୀ ଓଡ଼ିଆ ସୁରତ ରୁ ଫେରିଥିଲେ । ସେମାନଙ୍କୁ ପ୍ରଥମେ କପ୍ତିପଦା କଲେଜ ସ୍ଥିତ କ୍ୱାରେନଟାଇନ ସେଣ୍ଟରରେ ରଖାଯାଇଥିଲା । ସେଠାରେ ସେମାନଙ୍କ ଟେଷ୍ଟିଙ୍ଗ ପରେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ରିପୋର୍ଟ ପଜେଟିଭ ଆସିଛି । ଯାହାକୁ ନେଇ ଏବେ ମୟୁରଭଞ୍ଜ ତଥା କପ୍ତିପଦା ଉପଖଣ୍ଡ ପାଇଁ ଚିନ୍ତାର କାରଣ ବିଷୟ । ଆକ୍ରାନ୍ତ ତିନି ଜଣ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୨୧, ୩୬, ଏବଂ ୪୪ ବର୍ଷ । ତେବେ ଏହି ଆକ୍ରାନ୍ତମାନଙ୍କର ଟ୍ରାଭେଲ ହିଷ୍ଟ୍ରି ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳକୁ କୋଂଟେନମେଣ୍ଟ ଜୋନ ଘୋଷଣା କରାଯିବକି ନାହିଁ ତାହା ସ୍ପଷ୍ଟ ହେବ । ତେବେ ଏହି ତିନି ଆକ୍ରାନ୍ତଙ୍କ ସହିତ ସୁରତରୁ ଫେରିଥିବା ଅନ୍ୟ ପ୍ରବାସୀମାନେ ସାଥିରେ ରହିଥିବାରୁ ଏହି ପଜେଟିଭ ଆକ୍ରାନ୍ତ ବଢ଼ିବାରେ ସମ୍ଭାବନା ସୃଷ୍ଟି ହେଇଛି । ତେବେ ଏହି ଆକ୍ରାନ୍ତମାନେ ସୁରତରୁ ଫେରିବା ପରେ ଯଦି କେବଳ କ୍ୱାରେନଟାଇନରେ ରହିଥିବେ ତେବେ ବିପଦ ସେତେ ନାହିଁ । କିନ୍ତୁ ଯଦି ଏମାନେ ସରକାରଙ୍କ ନିର୍ଦେଶକୁ ଉଲଙ୍ଘନ କରି କୁଆଡେ ଯାଇଥିବେ ତେବେ ଆଗକୁ ଅବସ୍ଥା ସାଙ୍ଘାତିକ ହେବାର ସମ୍ଭାବନା ଦେଖା ଦେଇଛି । ତେବେ ଏସବୁ ଭିତରେ ସରକାର ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଭାବେ ଘୋଷଣା କରିଛନ୍ତି ।

Related posts

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ବିଫଳ ହେଲା ଏସବିଆଇ ଏଟିଏମ ଲୁଟ ଉଦ୍ୟମ

mahabharatanews

ଚିଲିକାରେ ଡଙ୍ଗା ବୁଡ଼ି ନିଖୋଜ ଘଟଣା: ମିଳିଲା ରାଜକିଶୋରଙ୍କ ମୃତ ଦେହ

mahabharatanews