ଓଡିଶା

କେମ୍ପସଡା ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

କେନ୍ଦୁଝର ତା ୧୭/୦୨(ମହାଭାରତ)କେନ୍ଦୁଝର ସଦର ବ୍ଲକ କେମ୍ପସଡା ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବିଦ୍ୟାଳୟ ର କୁନି କୁନି କଳାକାର ମାନେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହା କି ଦର୍ଶକ ମାନଙ୍କ ମନକୁ ବେଶ୍ ଛୁଇଁ ପାରିଥିଲାତେବେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ(ବିରଧି ଦଳ ର ମୁଖ୍ୟ ସଚେତକ) ମୋହନ ଚରଣ ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବଣିଆପାଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ଦୁଃଶାସନ ମହାନ୍ତ ଏବଂ ସମ୍ମାନିତ ଅତିଥି ଭାବେ ବାଉରୀପଦା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଗୋଲୋକ ବିହାରୀ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେକମିଟି ର ସମ୍ପାଦକ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପରମେଶ୍ଵର ମହାନ୍ତ ସଭା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ବୈଜୟନ୍ତୀ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ସମସ୍ତ ଗୁରୁମା ବେଦମତି ଦାସ, ଉର୍ମିଳା ନାୟକ , ଗୀତାଞ୍ଜଳି ପାତ୍ର, ଚିନ୍ମୟୀ ମହାନ୍ତ, ସୁକାନ୍ତି ଦେହୁରୀ, ସୁନାମଣି ମହାନ୍ତ, କବିତା ମହାନ୍ତ, ସୁପ୍ରଭା ପଣ୍ଡା, ସୁମତି ପାତ୍ର ପ୍ରମୁଖ ସମସ୍ତ ଗୁରୁମା ସହଯୋଗ କରିଥିଲେ ତେବେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ବିଦ୍ୟାଳୟ ର କିପରି ଆଗକୁ ଉନ୍ନତି କରଣ କରାଯାଇ ପାରିବ ସେ ନେଇ ଆଲୋକପାତ କରିଥିଲେ ଏବଂ ପରିଶେଷରେ କମିଟି ର ସମ୍ପାଦକ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଦର୍ଶକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Related posts

ସରକାରୀ ତହବିଲ ଆତ୍ମସାତରେ ମାଷ୍ଟର ପ୍ରଣବ ବଳବନ୍ତରାୟ

mahabharatanews

ପାରିବାରିକ କଳହରୁ ହିଂସା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

mahabharatanews

ନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।

mahabharatanews