ଓଡିଶା

ଜିଲ୍ଲା କୋଭିଡ ଫଣ୍ଡକୁ ୪୬ ଲକ୍ଷ ଟଙ୍କା ପ୍ରଦାନ କଲେ ଚିତ୍ରକୋଣ୍ଡା ବିଧାୟକ

(ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା): ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକିୟ ଉପକରଣ କ୍ରୟ ନିମନ୍ତେ ଓ ଜିଲ୍ଲା କୋଭିଡ ଫଣ୍ଡକୁ ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ୪୬ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଆଜି ବିଧାୟକ ଶ୍ରୀ ବାକା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ୨୦୨୦-୨୧ ବିଧାୟକ ପାଣ୍ଠିରୁ ୪୬ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଭୟାବହ କରୋନା ପାଇଁ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରବାସୀ ଫେରନ୍ତା ଶ୍ରମିକ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୪ ଦିନ ପାଇଁ କ୍ୱାରେଟାଂଇନ ରେଖିବାର ବ୍ୟବସ୍ଥା କରାଯାଇଛି । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକ ମାନଙ୍କର ଯେପରି କିଛି ଅସୁବିଧା ନ ହୁଏ ସେଥି ନିମନ୍ତେ ଆବଶ୍ୟକୀୟ ଉପକରଣ କ୍ରୟ କରିବା ପାଇଁ ଜିଲ୍ଲାପ୍ରଶାସନକୁ ଏହି ଟଙ୍କା ପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା କହିଛନ୍ତି ।

Related posts

ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା; ଉଦ୍ଧାର ହେଲା ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ

mahabharatanews

ଝିଅକୁ ମାରି ବାପାର ଆତ୍ମହତ୍ୟା !

mahabharatanews

ପୁଣି ରାଜ୍ୟରେ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews