(ମମତା ସାମଲ ): ସ୍ୱାସ୍ଥ୍ୟ ପାଇଁ ସ୍ୟାଣ୍ଡଓ୍ୱିଚ୍ ଭଳି ହାଲକାଫୁଲକା ଖାଦ୍ୟ ବେଶ୍ ଭଲ। ଏହାକୁ ପ୍ରତିଦିନ ସକାଳ ଜଳଖିଆରେ ସାମିଲ କରନ୍ତୁ। ଘରେ କେମିତି ଏହାକୁ ପ୍ରସ୍ତୁତ କରିବେ ତାହା ବି ଜାଣନ୍ତୁ।
ପର୍ୟ୍ୟାୟ ୧-
ଗ୍ୟାସ୍ରେ ଗୋଟେ ପ୍ୟାନ୍ ବସାନ୍ତୁ। ଏଥିରେ ଗୋଟେ ଚାମଚ ଘିଅ ବା ବଟର ପକାନ୍ତୁ। ବଟର ଗରମ ହୋଇଗଲେ ଗୋଟେ ଚାମଚ ରସୁଣ ଛେଚା, ଗୋଟେ ପିଆଜ, ଟିକେ ଜିରା, ଗୋଟେ ଟମାଟୋ, ଅଦା ପତଳା ପତଳା କରି ପକାଇବେ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମିଶାଇବେ।ଅଧ ବିଡ଼ା ପାଳଙ୍ଗକୁ ଛୋଟ ଛୋଟ କରି କାଟି ଏବେ ପ୍ୟାନ୍ରେ ପକାନ୍ତୁ।
ପର୍ୟ୍ୟାୟ ୨-
ଏବେ ଆଉ ଗୋଟେ ପାତ୍ରରେ ବେସନ ଅଧ କପ୍ ଏଥିରେ ଧନିଆ ପତ୍ର କଟା, ୧ ଲଙ୍କା କଟା, ଗୋଟେ ଚାମଚ ହଳଦୀ, ଗୋଟେ ଚାମଚ ଲଙ୍କାଗୁଣ୍ଡ, ସ୍ଵାଦ ଅନୁସାରେ ଲୁଣ ଏବଂ ଟିକେ ପାଣି ଦେଇ ଗୋଳେଇ ଦେବା।
ପର୍ୟ୍ୟାୟ ୩-
ଦୁଇଟି ବ୍ରାଉନ୍ ବ୍ରେଡ୍ରେ ଟିକେ ବଟର ଲଗାଇ ଦିଅନ୍ତୁ। ଏବେ ଗୋଟିଏ ବ୍ରେଡ୍ରେ ପୂର୍ବରୁ ପ୍ରସ୍ତୁତ କରିଥିବା ପାଳଙ୍ଗ ପୂରକୁ ରଖନ୍ତୁ। ଏହି ପୂର ଉପରେ ଆଉ ଗୋଟେ ବ୍ରେଡ୍ ରଖନ୍ତୁ। ଏବେ ଗ୍ୟାସ୍ ଉପରେ ଆଉ ଗୋଟେ ପ୍ୟାନ୍ ବସାଇବେ। ଏଥିରେ ଗୋଟେ ଚାମଚ ବଟର ପକାଇବେ। ଏବେ ଏହି ବ୍ରେଡ୍କୁ ପ୍ରସ୍ତୁତ ବେସନରେ ବୁଡ଼ାଇ ପ୍ୟାନ୍ରେ ରଖନ୍ତୁ। ଏହି ସମୟରେ ଗ୍ୟାସ୍ର ଜାଳ ମଧ୍ୟମ ରଖିବେ। ବ୍ରେଡ୍ର ଗୋଟେ ପଟ ସେକି ହୋଇଗଲା ପରେ ଆର ପଟକୁ ଲେଉଟାଇ ଦେବେ। ଏହାକୁ ଆପଣ ସସ୍ ସହ ଖାଇପାରିବେ।
previous post
next post
