Uncategorized

ଭାରତ ସୀମାରେ ଉଡୁଛି ପାକିସ୍ତାନୀ ଯୁଦ୍ଧ ବିମାନ

ଶ୍ରୀନଗର: ଗୋଟିଏ ପଟେ କରୋନାକୁ ନେଇ ଦେଶ ଚିନ୍ତିତ ଥିବା ବେଳେ ଏବେ ଆଉ ଏକ ଚିନ୍ତା ସାଜିଛି ପାକିସ୍ତାନ । ପାକିସ୍ତାନୀ ଯୁଦ୍ଧ ବିମାନର ଗତିବିଧି ଭାରତ ସୀମାରେ ଦେଖିବାକୁ ମିଳୁଛି। ପାକିସ୍ତାନର ଏଫ-୧୬, ଜେଏଫ-୧୭ ଏବଂ ମିରାଜ୍ -୩ ସୀମାରେ ମୁତୟନ କରିଛି ।
ରିପୋର୍ଟ ଅନୁଯାୟୀ ପାକିସ୍ତାନର ଏଫ-୧୬, ଜେଏଫ-୧୭ ଏବଂ ମିରାଜ୍ -୩ ବିମାନ ଭାରତୀୟ ସୀମା ରେଖା ନିକଟରେ ଉଡୁଛି। ପାକିସ୍ତାନର ଏହି କାର୍ୟ୍ୟକଳାପକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସମ୍ପୂର୍ଣ୍ଣ ନିରବ ଥିଲେ ମଧ୍ୟ ପାକିସ୍ତାନୀ ବାୟୁସେନାର ପ୍ରତ୍ୟେକ କାର୍ୟ୍ୟକଳାପ ଉପରେ ନଜର ରଖାଯାଉଛି। ଭାରତୀୟ ବାୟୁସେନା ଏୟାରବେସ୍ ମଧ୍ୟ ସମ୍ପୂର୍ଣ୍ଣ ସତର୍କ ରହିଥିବାବେଳେ ପାକିସ୍ତାନୀ ବିମାନର ଗତିବିଧି ଉପରେ ନଜର ରଖିବା ପାଇଁ ଭାରତ ଏୟାରବୋର୍ନ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ବ୍ୟବହାର କରୁଛି। ଏଠାରେ ସୂଚନା ଥାଉ କି ଫେବୃୟାରୀ ୨୭, ୨୦୧୯ ମସିହାରେ ଭାରତ ସୀମାରେ ପଶିବାକୁ ଉଦ୍ୟମ କରୁଥିବା ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦିଆଯାଇଥିଲା । ଏହା ପରେ ପାକିସ୍ତାନ ଅନେକ ମାସ ଧରି ନିଜର ଆକାଶପଥକୁ ବନ୍ଦ କରିଦେଇଥିଲା। ତେବେ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ୟ୍ୟକଳାପ ବୃଦ୍ଧି ପାଇଛି।

Related posts

୪ ପୁଲିସ କର୍ମକର୍ତ୍ତା ରାଷ୍ଟ୍ରପତି ପିଏମଜି ପୁରସ୍କାର ପାଇଁ ମନୋନୀତ

mahabharatanews

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

mahabharatanews

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ ପାଇବେ କରୋନା ଟୀକା

mahabharatanews