ଓଡିଶା

ଚାଲି ଚାଲି ଔପଦାରୁ ଝାରଖଣ୍ଡ

(ଦୀପକ ମିଶ୍ର/ ଉଦଳା): ଦେଶ ଏବେ ତୃତୀୟ ଲକଡାଉନରେ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରହିଥିବା ଶ୍ରମିକ ଏବେ ଘରମୁଁହା ହେଉଛନ୍ତି । ଏଭଳି ସ୍ଥଳେ ବାଲେଶ୍ୱର ଜିଲ୍ଲା ଔପଦା ଠାରେ କେନାଲ କାମରେ ନିଯୋଜିତ ଥିବା ଝାଡ଼ଖଣ୍ଡ ଅଞ୍ଚଳର ଶ୍ରମିକ ମାନେ ନିଜ ଘରକୁ ଫେରିବାକୁ ଚେଷ୍ଟା କରିଛନ୍ତି । ଯାହାକି ଆଜି ସକାଳ ସମୟରୁ ପାଖାପାଖି ୧୫ ଜଣ ଶ୍ରମିକ ଚାଲି ଚାଲି ଔପଦାରୁ ବାହାରିଛନ୍ତି ନିଜ ଘର ଅଭିମୁଖେ । ତେବେ ସେମାନେ ସନ୍ଧ୍ୟା ସମୟରେ ଉଦଳାରେ ପହଁଚିଥିଲେ । ବାଲେଶ୍ୱର ଜିଲ୍ଲା ଏବେ ରେଡ ଜୋନରେ ଥିବାବେଳେ ଏକାସଙ୍ଗେ ୧୫ ଜଣ ଶ୍ରମିକ ବାଲେଶ୍ୱର ଏବଂ ମୟୁରଭଞ୍ଜ ସୀମାକୁ ଡେଇଁ କିଭଳି ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ । ତେବେ ଏହି ଶ୍ରମିକମାନେ ପାଖାପାଖି ୪ ଶହ କିଲୋମିଟର ଚାଲି ଚାଲି ଯିବେ ବୋଲି ଜଣାପଡିଛି ।

Related posts

ଆଜି ବସିଛି କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ଉଦ୍ଘାଟିତ ହେଲା ଓଡିଶାର ପ୍ରଥମ ସ୍ୱତନ୍ତ୍ର ଅଣ୍ଡା ଷ୍ଟୋର୍, ଓଭୋ ଫାର୍ମର କେନଙ୍କୋ ଏଗଷ୍ଟ୍ରା

mahabharatanews

 ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢିବ ତାପମାତ୍ରା

mahabharatanews