ଓଡିଶା

କେନ୍ଦ୍ରରୁ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ରଥକାମ: ଆଇନମନ୍ତ୍ରୀ

(ମମତା ସାମଲ ): ପୁରୀରେ ଆଜିଠାରୁ ରଥକାମ ନିର୍ମାଣ ଆରମ୍ଭ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରର ଅନୁମତି ମିଳିବା ପରେ ରଥକାମ ଚାଲିଛି । ରଥଯାତ୍ରା ହୋଇପାରିବ କି ନାହିଁ ଆଲୋଚନା ହେବ । ତାଲାବନ୍ଦ ପରେ ସ୍ଥିତି ଦେଖି ରଥଯାତ୍ରା ନିଷ୍ପତ୍ତି ନିଆଯିବ ବୋଳି ସେ କହିଛନ୍ତି । ଏହାସହ ଓଡ଼ିଆ ପ୍ରବାସୀଙ୍କୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାକୁ ଫେରିବାକୁ ପ୍ରବାସୀ ଓଡ଼ିଆ ପଞ୍ଜୀକରଣ କରିଛନ୍ତି । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ପ୍ରଥମେ କରୋନା ପରୀକ୍ଷା କରାଯିବ, ପରେ ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ଅଣାଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ କପିକୁ ଅପେକ୍ଷା , ଏହା ମିଳିବା ପରେ ତର୍ଜମା ହେବ ବୋଲି ସେ କହିଛନ୍ତି ।

Related posts

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ନଷ୍ଟ

mahabharatanews

ଚଳନ୍ତା ବସ୍ ରୁ ଚକ ବାହାରି ରାସ୍ତା କଡ ଦୋକାନରେ ପଶିଲା

mahabharatanews

ଜନପ୍ରିୟ ସାଂସଦ ମହେଶ ସାହୁଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

mahabharatanews