Uncategorized

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଡାକ୍ତର ବାପା ଝିଅଙ୍କ ମୃତ୍ୟୁ

(ନ୍ୟୁୟର୍କ): ବିଶ୍ୱ ଆତଙ୍କ କରୋନା ଅଦ୍ୟାବଧି ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛି ଆମେରିକାକୁ । ଏହି ମହାମାରୀରେ ଆମେରିକାର ବହୁ ଡାକ୍ତର ମଧ୍ୟ ପ୍ରାଣ ହରାଇଛନ୍ତି । ନ୍ୟୁଜର୍ସିରେ ଭାରତୀୟ ବଂଶୋଦ୍ଭବ ବାପଝିଅ ଡାକ୍ତର ଭାବେ କାର୍ୟ୍ୟ କରୁଥିବା ବେଳେ ମଧ୍ୟ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦୁଇ ମୃତକ ଭାରତୀୟ ବଂଶୋଦ୍ଭବ ହେଲେ ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ତାଙ୍କ ଝିଅ ଡା. ପ୍ରିୟା ଖାନ୍ନା(୪୩)। ସତ୍ୟେନ୍ଦ୍ର ନ୍ୟୁଜର୍ସିର ବିଭିନ୍ନ ହସ୍ପିଟାଲର ଶଲ୍ୟ ବିଭାଗରେ ଡାକ୍ତର ଓ ମୁଖ୍ୟ ଭାବେ କାର୍ୟ୍ୟ କରିଛନ୍ତି। ପ୍ରିୟା ଉଭୟ ଇଣ୍ଟରନାଲ ମେଡିସିନ ଏବଂ ନେଫ୍ରୋଲୋଜିରେ କୃତିତ୍ୱ ହାସଲ କରିଛନ୍ତି।
ନ୍ୟୁଜର୍ସିର ଆର୍‌ଡବ୍ଲ୍ୟୁଜେ ବର୍ନବସ୍‌ ହେଲ୍‌ଥ ସଂସ୍ଥା ଅଧୀନ ୟୁନିୟନ ହସ୍ପିଟାଲରେ ଚିଫ୍‌ ଅଫ୍‌ ରେସିଡେଣ୍ଟସ୍‌ ଭାବେ କାର୍ୟ୍ୟ କରୁଥିଲେ ସତେନ୍ଦ୍ର ଓ ପ୍ରିୟା କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଉଭୟ ବାପା ଝିଅ ସଂକ୍ରମିତ ହୋଇଯାଇଥିଲେ । । ସତ୍ୟେନ୍ଦ୍ର କ୍ଲାରା ମାସ୍‌ ମେଡିକାଲ ସେଣ୍ଟରରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଡା ପ୍ରିୟା କ୍ଲାରା ମାସ୍‌ ମେଡିକାଲରେ କାର୍ୟ୍ୟ କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କରୋନା ରୋଗୀଙ୍କ ସେବାରେ ନିଜ ଜୀବନ ହାରିଦେଇଥିବା ଏହି ବାପଝିଅଙ୍କ ସେଠାକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ନ୍ୟୁଜର୍ସି ଗଭର୍ନର ଫିଲ୍‌ ମର୍ଫି କହିଛନ୍ତି। ସେମାନଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ବୋଲି ମର୍ଫି କହିବା ସହ ଉଭୟଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।

Related posts

ରବିନା, ଫାରହା, ଭାରତୀଙ୍କ ବିରୋଧରେ ମାମଲାର ଶୁଣାଣି ୨୫ରେ

mahabharatanews

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି?ଏହି ୭ଟି ପ୍ରାଣୀଙ୍କୁ ଦିଅନ୍ତୁ ଖାଦ୍ୟ

mahabharatanews

ଏଲଓସିରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ବିଫଳ

mahabharatanews