ଓଡିଶା

ରଥ ତିଆରିରେ ନିୟୋଜିତ ୨୦୫ ସେବାୟତ ରହିବେ ସଙ୍ଗରୋଧରେ

ପୁରୀ: କରୋନା ପାଇଁ ଜାରି ସମସ୍ତ କଟକଣା ମଧ୍ୟରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ । ତେଣୁ ସମସ୍ତ କଟକଣା ଭିତରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ଆଜିଠାରୁ ସଙ୍ଗରୋଧରେ ରହିବେ। ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସଙ୍ଗରୋଧରେ ରହିବା ସମୟରେ ସେବାୟତଙ୍କୁ ଖାଇବାକୁ ଦିଆଯିବ। ପ୍ରତିଦିନ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।
ତେବେ ସେବାୟତଙ୍କ ଏହି ସ୍ୱାସ୍ଥ୍ୟ ପରୀକ୍ଷା କୋଭିଡ-୧୯ ପରୀକ୍ଷା ନୁହେଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସ୍ପଷ୍ଟ କରିଛିି। କେନ୍ଦ୍ର ଗୃହ ମନ୍ତ୍ରାଳୟଙ୍କ ସବୁଜ ସଂକେତ ପରେ ସେବାୟତମାନେ ରଥ ନିର୍ମାଣ କାମ ଜାରି ରଖିଛନ୍ତି । ରଥ ଖଳାକୁ ଧଳା କପଡାରେ ଢାଙ୍କି, ବ୍ୟାରିକେଡ୍‌ କରି ରଥକାମ ସୁରୁଖୁରୁରେ ଆଗେଇ ଚାଲିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଖଳା ଠାରୁ ୨ଶହ ମିଟର ଯାଏଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ ରଥ ନିର୍ମାଣ କାର୍ୟ୍ୟକୁ ଯେମିତି ଜାରି ରଖିବା କଥା ସେମିତି ଜାରି ରଖିଛନ୍ତି।

Related posts

ନବୀନ ନିବାସରେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ‌ବ୍ଲେୟାର 

mahabharatanews

ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂରତି

mahabharatanews

ଘନ କୁହୁଡି ପାଇଁ ମଝି ସମୁଦ୍ରରେ ଫସିଲା ଲଞ୍ଚ

mahabharatanews