ଓଡିଶା

ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, କାମୁଡି ଛିଣ୍ଡାଇଲେ ଡାକ୍ତରଙ୍କ କାନ

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ବ୍ରହ୍ମପୁର ଏମକେସିଜିରେ ଆଜି ଡାକ୍ତର-ରୋଗୀ ମୁହାଁମୁହିଁ ହୋଇଛନ୍ତି। କୌଣସି କଥାକୁ କେନ୍ଦ୍ର କରି ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସଂମ୍ପର୍କୀୟ ଜଣକ ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।

ଏମକେସିଜର ପ୍ରସୂତୀ ବିଭାଗରେ ଜଣେ ମହିଳା ଲେବର ରୁମ୍ରେ ଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ। ହେଲେ ଲେବର୍ ରୁମ୍କୁ ଯିବାପାଇଁ ଅନୁମତି ପ୍ରଦାନ କରିନଥିଲେ ସଂପୃକ୍ତ ଡାକ୍ତର ସକିଲ ଖାନ । ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଡାକ୍ତରଙ୍କୁ ଆକ୍ରମଣ କରିବା ସହ କାମୁଡି କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଡାକ୍ତରଖାନା ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଅଭିଯୁକ୍ତକୁ ନିକଟସ୍ଥ ଫାଣ୍ଡିରେ ଅଟକ ରଖିଛି । ନିଜେ ସଦର ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଘରେ ଭିଜିଲାନ୍ସର ରେଡ

mahabharatanews

୨ ଦିନ ପାଇଁ ଦାରିଙ୍ଗିବାଡି ସଟଡାଉନ

mahabharatanews

ଆଜି ମହାପ୍ରଭୁଙ୍କର ପ୍ରଳମ୍ବାସୁରବଧ ବେଶ , ପ୍ରବଳ ଗହଳି 

mahabharatanews