ଓଡିଶା

ଅନୁଗୁଳ କରୋନା ସଂକ୍ରମିତଙ୍କ ତାଲିକା ଭାଇରାଲ: ଥାନାରେ ମାମଲା

ଅନୁଗୁଳ: ଗତକାଲି ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଚିହ୍ନଟ ଆକ୍ରାନ୍ତଙ୍କୁ ନେଇ ଭାଇରାଲ ହୋଇଥିବା ଖବର ବିରୋଧରେ ଥାନାରେ ଏକ ମାମଲା ରୁଜୁ ହେ।।ଇଛି । ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି ।
ଗତକାଲି ୧୩ ଜଣ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡିଥିଲା । ଏହାପରେ ମଧ୍ୟାହ୍ନରେ ୧୩ ଜଣ ବ୍ୟକ୍ତିଙ୍କ ନାମ ରହିଥିବା ଏକ ତାଲିକା ଭାଇରାଲ ହୋଇଥିଲା । କରୋନା ଆକ୍ରାନ୍ତ(କୋଭିଡ-୧୯ ରୋଗୀ)ଙ୍କ ତାଲିକା ବୋଲି ଉଲ୍ଳେଖ କରାଯାଇ ଏଥି‌ରେ ୧୩ ଜଣ ବ୍ୟକ୍ତିଙ୍କ ନାମ ଓ ସେମାନଙ୍କ ଠିକଣା ଦିଆଯାଇଥିଲା । ଯାହା ସାରା ରାଜ୍ୟରେ ଭାଇରାଲ ହେବାରେ ଲାଗିଥିଲା । ଏହି ତାଲିକା ଭାଇରାଲ ହେବାରେ ଲାଗିଥିଲା।
ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଅନୁଗୁଳ ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ଦେଇଥିଲେ। ଅପରପକ୍ଷରେ ତାଲିକା ଭାଇରାଲର ଚେର ଜିଲ୍ଲାପାଳ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଲମ୍ବି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

Related posts

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

mahabharatanews

ବିଜେଡିରୁ ନିଲମ୍ବନ ପରେ ବଦଳିଲା ଦୁଇ ବିଧାୟକଙ୍କ ବିଧାନସଭାରେ ବସିବା ସିଟ

mahabharatanews

ହୁକାଟୋଲା ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews