ଓଡିଶା

ସୁରକ୍ଷା ଉପକରଣ ପ୍ରଦାନ ହେଉନଥିବା ଅଭିଯୋଗ ଆଣିଲେ କରୋନା ଯୋଦ୍ଧା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କାର୍ୟ୍ୟରତ କରୋନା ଯୋଦ୍ଧାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ କୋଭିଡ ହସ୍ପିଟାଲରେ କାଯ୍ୟରତ ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଧାରଣାରେ ବସିଛନ୍ତି । ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜି ସମସ୍ତ ନର୍ସ ଏକତ୍ରିତ ହୋଇ ଏମକେସିଜି ମେଡିକାଲ କଲେଜରେ ଧାରଣା ଦେଇଛନ୍ତି।
ଏମକେସିଜିର ଷ୍ଟାଫ ନର୍ସଙ୍କ ସହ କୋଭିଡ-୧୯ ପାଇଁ ନିଯୁକ୍ତ ନର୍ସମାନେ କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । କିନ୍ତୁ ଏହି ନର୍ସମାନଙ୍କୁ ସୁରକ୍ଷା ଉପକରଣ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ସେମାନକୁ ପିପିଇ, ଆବଶ୍ୟକ ମାସ୍କ, ଗ୍ଲୋବ୍‌ସ ପ୍ରଦାନ କରାଯାଉ ନ ଥିବାବେଳେ କୋଭିଡ ହସ୍ପିଟାଲରେ ପାନୀୟ ଜଳର ବ୍ୟବସ୍ଥା ନ ଥିବା ନର୍ସମାନେ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରକାର ସୁବିଧା ପ୍ରଦାନ ଦାବିରେ ଆଜି ସକାଳୁ ନର୍ସମାନେ ଏମକେସିଜି ମେଡିକାଲ ଅଧୀକ୍ଷକଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ଧାରଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗଞ୍ଜାମରେ ରାଜ୍ୟର ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୋମବାର ସୁଦ୍ଧା ୧୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରତିଦିନ ଏହି ସଂଖ୍ୟା ବଢିବାରେ ଲାଗିଛି ।

Related posts

ମାଙ୍ଗାନିଜ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ; ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା

mahabharatanews

 ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ଲାଗିଛି ନିଆଁ

mahabharatanews

କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କା ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews