Uncategorized

ଅବନ୍ତିପୋରାରେ ୪ ଜୈଶ ଏ ମହମ୍ମଦ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅବନ୍ତିପୋରାରେ ପୁଲିସକୁ ମିଳିଛି ଏକ ବଡ ସଫଳତା । ଏହି ଅଞ୍ଚଳରୁ ପୁଲିସ ଏକା ସାଙ୍ଗରେ ଜୈଶ ଏ ମହମ୍ମଦର ୪ ଆତଙ୍କବାଦୀଙ୍କୁ ଗିରଫ କରିଛି । କିଛି ଦିନ ହେବ ଏହି ସଂଗଠନର ଆତଙ୍କବାଦୀ ଜମ୍ମୁରେ ଏକ ବଡଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ମସୁଧା କରୁଥିଲେ । ତେଣୁ ଅବନ୍ତିପୋର।।ରେ ଲୁଚି ରହିଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ପୁଲିସ ୪ ଜଣଙ୍କୁ ଧରିଛି ।
ଗିରଫ ୪ ଆତଙ୍କବାଦୀ ହେଉଚନ୍ତି ଶବୀର ଅହମଦ ପାରେ, ଶିରାଜ ଅହମଦ ଦାର, ଶଫତ ଅହମଦ ମୀର ଏବଂ ଇଶଫାକ ଅହମଦ ଶାହ। ଏହି ୪ ଜଣ ବାଥେ ଅଞ୍ଚଳରେ ରହୁଥିଲେ। ଜୈଶ୍‌ର ସକ୍ରିୟ ଆତଙ୍କବାଦୀମାନଙ୍କ ରହିବା, ଖାଦ୍ୟପେୟ ପହଞ୍ଚାଇବା ଦାୟିତ୍ଵରେ ଥିଲେ। ତ୍ରାଲ୍‌ର ଜଙ୍ଗଲରେ ରହିଥିବା ଆତଙ୍କବାଦୀମାନଙ୍କୁ ଏମାନେ ସହାୟତା କରିଆସୁଥିଲେ। ଏମାନଙ୍କଠାରୁ ବହୁ ପରିମାଣରେ ଗୋଳାବାରୁଦ ଜବତ ହୋଇଛି।
ସୂଚନାଯୋଗ୍ୟ, ଅବନ୍ତିପୋରାରେ ହିଜବୁଲ କମାଣ୍ଡର ରିୟାଜ ନାୟକୁ ଯବାନଙ୍କ ଗୁଳିରେ ନିହତ ହୋଇଥିଲା। ନାୟକୁର ମୃତ୍ୟୁ ପରେ ଏଠାରେ ହିଜବୁଲ ସଂଗଠନ ସମ୍ପୂର୍ଣ୍ଣ ନିପାତ ହୋଇଯାଇଥିବା କୁହାଯାଉଛି। କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ପୁଲିସର ମିଳିତ ଅପରେଶନ ଜାରି ରହିଛି।

Related posts

ଜାତୀୟ ରାଜପଥରେ ବସ ଓଲଟି ୧୬ ଗୁରୁତର

mahabharatanews

ଜୟାଙ୍କ ଜୟନ୍ତୀରେ ନବଜାତକଙ୍କୁ ସୁନା ମୁଦି ବଣ୍ଟନ

mahabharatanews

ଖାଲଖମାରେ ଭର୍ତ୍ତି ଜୟପାଟଣା ବଡକର୍ଲାକୋଟ ପ୍ରଧାନମନ୍ତ୍ରୀ ସଡକ ମରାମତି ଦାବି

mahabharatanews