ଓଡିଶା

ଦାଦାବଟି ନ ଦେବାରୁ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲଙ୍କ ମାଡ

ରାଉରକେଲା: ପୁଣି ନକ୍ସଲ ସେମାନଙ୍କ ଦବଦବା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ନିଜ ସ୍ଥିତି ଜାହିର କରିବା ଲକ୍ଷ୍ୟରେ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପଟୋବ ଗାଁର ପୂର୍ବତନ ସରପଞ୍ଚ ତିନି ଲକ୍ଷ ଟଙ୍କା ଦାଦାବଟି ନ ଦେବାରୁ ତାଙ୍କୁ ଗାଁରୁ ଉଠାଇ ପିଏଲଏଫଆଇର ନକ୍ସଲମାନେ ମାଡ ମାରି ଜଙ୍ଗଲରେ ଛାଡି ଦେଇଛନ୍ତି । ଗ୍ରାମବାସୀଙ୍କୁ ଭୟଭୀତ କରିବାକୁ ୧୨ ରାଉଣ୍ଡ ଫାଙ୍କା ଗୁଳିଚାଳନା ମଧ୍ୟ କରିଛନ୍ତି । ଏହା ପରେ ଦୁଇଟି ମୋଟର ବାଇକରେ ଚାରି ପିଏଲଏଫଆଇ ନକ୍ସଲ ଝାରଖଣ୍ଡ ପୋଡବା ଜଙ୍ଗଲକୁ ଚାଲିଥିବା ସୂଚନା ମିଳିଛୁ । ଘଟଣାସ୍ଥଳରୁ ହାତିବାରୀ ପୁଲିସ ୧୦ଟି ଖୋକା ଓ ଦୁଇଟି ଅଫୁଟା ଗୁଳି ଜବତ କରିଛି । ଏହି ଘଟଣାର ପୁଲିସ ତଦନ୍ତ କରୁଛି ।

ଗତକାଲି ରାତି ପ୍ରାୟ ୯ଟା ସୁନ୍ଦରଗଡ଼ ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡିଶା ଝାରଖଣ୍ଡ ପଟୋବ ଗାଁରେ ସରପଞ୍ଚ ଆଗନେଶ ସିୟୁସକୁ ଦାଦାବଟି ବାବଦ ୩ ଲକ୍ଷ ଟଙ୍କା ନ ଦେବାକୁ ନେଇ ଉଠାଇ ନେଇଯାଇଥିଲେ । ଜଙ୍ଗଲରେ ତାଙ୍କୁ ମାଡମାରି ସେଠ।।ରେ ଛାଡି ପଳାଇ ଯାଇଥିଲେ । ତେବେ ଯିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ଡରାଇବା ପାଇଁ ପ୍ରାୟ ୧୨ ରାଉଣ୍ଡ ଫାଙ୍କା ଗୁଳିଚାଳନ। କରିଥିଲେ ।

ସୂଚନା ଯୋଗ୍ୟ, ଅମରେଶ ସୋଲାର ଲାଇଟ ଦୁର୍ନୀତିରେ ଗତ୪ ମାସ ତଳେ ନିଲମ୍ବିତ ହୋଇଥିଲେ । ପଟବୋରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ପାଣି ଟାଙ୍କି କାମ ନେଇଥିଲେ ।

Related posts

ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲଦଣ୍ଡ ଓ ୨୫ ହଜାର ଜରିମାନା

mahabharatanews

ପୁଲୱାମା ସହିଦ ସ୍ମୃତି ଦିବସ ପାଳିତ

mahabharatanews

 ପୁଞ୍ଜିଲାଲକୁ ଜେଲରେ ମାଡ ଅଭିଯୋଗ

mahabharatanews