Uncategorized

ମେ ୧୯ରୁ ଘରୋଇ ବିମାନ ଉଡିବ

ନୂଆଦିଲ୍ଲୀ: ଲକ୍‌ଡାଉନ୍ ପରଠାରୁ ବିମାନ, ଟ୍ରେନ, ବସ ଚଳାଚଳ ବନ୍ଦ ରହିଛି । ତେଣୁ ବହୁ ଧନିକ ଶ୍ରେଣୀ ଲୋକେ ଦେଶର ବିଭିନ୍ନ ଅଞ୍ଚଳରେ ଅଟକି ରହିଯାଇଛନ୍ତି । ଏମାନଙ୍କ ସହଜ ଘରବାହୁଡ଼ା ପାଇଁ ମେ ୧୯ ତାରିଖ ଠାରୁ ଜୁନ୍ ୨ ତାରିଖ ମଧ୍ୟରେ ଏୟାର୍‌ ଇଣ୍ଡିଆ ସ୍ୱତନ୍ତ୍ର ଘରୋଇ ବିମାନ ଚଳାଇବ। କିନ୍ତୁ, ଯାତ୍ରୀମାନେ ନିର୍ଦ୍ଧାରିତ ଶୁଳ୍କ ଦେଇ ସିଟ୍ ବୁକିଙ୍ଗ୍ କରିବେ। ବୁକିଙ୍ଗ୍ ଆରମ୍ଭ ହେବା ନେଇ କୌଣସି ଘୋଷଣା କରାଯାଇନାହିଁ।
ଏହି ସ୍ବତନ୍ତ୍ର ବିମାନଗୁଡ଼ିକ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ଉଡ଼ାଣ ଆରମ୍ଭ କରିବ। ମେ ୧୯ ତାରିଖ ଦିନ କୋଚି-ଚେନ୍ନାଇ ମଧ୍ୟରେ ଗୋଟିଏ ବିମାନ ଚାଲିବ। ସେହିଭଳି ଦିଲ୍ଲୀରୁ ୧୭୩, ମୁମ୍ବାଇରୁ ୪୦, ହାଇଦ୍ରାବାଦରୁ ୨୫ ଓ କୋଚିରୁ ୧୨ଟି ସ୍ବତନ୍ତ୍ର ବିମାନ ଉଡ଼ାଣ ଭରିବ।
ଦିଲ୍ଲୀରୁ ଚଳାଚଳ କରିବାକୁ ଥିବା ବିମାନ ସବୁ ଜୟପୁର, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅମୃତସର, କୋଚି, ଅହମଦାବାଦ, ବିଜୟୱାଡ଼ା, ଗୟା, ଲକ୍ଷ୍ନୌ ଏବଂ ଅନ୍ୟ କେତେକ ସହରକୁ ଯିବ। ଏହାଛଡ଼ା ଏୟାର୍ ଇଣ୍ଡିଆ ମୁମ୍ବାଇରୁ ବିଶାଖାପାଟଣା, କୋଚି, ଅହମଦାବାଦ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ବିଜୟୱାଡ଼ାକୁ ମଧ୍ୟ ବିମାନ ଚଳାଇବ। ହାଇଦ୍ରାବାଦରୁ ମୁମ୍ବାଇ, ଦିଲ୍ଲୀ ମଧ୍ୟରେ ବି ବିମାନ ଯାତାୟାତ କରିବ। ବେଙ୍ଗାଲୁରୁରୁ ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦକୁ ବିମାନ ଯାତ୍ରା କରିବ। ଭୁବନେଶ୍ବରୁ ମଧ୍ୟ ବେଙ୍ଗାଲୁରୁକୁ ବିମାନ ଯିବ।

Related posts

୩ ଆଇଏସଆଇଏସ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ

mahabharatanews

ଆଫ୍ରିକୀୟ ଚିତା ଆମଦାନୀକୁ ସୁପ୍ରିମ କୋର୍ଟଙ୍କ ଅନୁମତି

mahabharatanews

ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

mahabharatanews