ଓଡିଶା

ମାଓବାଦୀ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ରୁଦ୍ଧାର କଲେ ଯବାନ

(ସୂର୍ଯ୍ୟକାନ୍ତ ବେହେରା, ମାଲକାନଗିରି): ଜିଲ୍ଲା ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଓଁ ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ ଅନ୍ତର୍ଗତ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବାହିନୀର କର୍ମଚାରୀମାନେ ମିଳିତ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ କରିଥିଲେ। ଗାଁର ଡାରୋଖାଲାରୀର ପାର୍ବତ୍ୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଗୁପ୍ତ ଠିକଣା ଏବଂ ନକ୍ସଲ ମାନଙ୍କ ଡମ୍ପିଂକୁ ଯବାନମାନେ ଧ୍ୱସ୍ତ କରିଛନ୍ତି।

କୋଣ୍ଡାଗାଓଁ ଜିଲ୍ଲା ପୁଲିସ, ଡିଆରଜି ଏବଂ ବିଏସଏଫର ମିଳିତ ଅପରେସନରେ ଏକ ଛୋଟ ପାଣି ଡ୍ରମ୍ , ଟେଣ୍ଟ, ମଶା ଜାଲ, ଇଲେକ୍ଟ୍ରିକ୍ ସୁଇଚ୍, ସୋଲଡର, ନକ୍ସଲାଇଟ୍ ଡକ୍ୟୁମେଣ୍ଟ୍, କୁକର ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ବହୁ ପରିମାଣରେ ପୁଲିସ ଦ୍ୱାରା ଜବତ କରାଯାଇଛି ଜ୍ଝ କୁହାଯାଉଛି ଯେ ସେହି ସ୍ଥାନରେ ନକ୍ସଲମାନେ ଏକ ଅସ୍ଥାୟୀ ଶିବିର ନିର୍ମାଣ କରିଥିଲେ। ସୁରକ୍ଷା ବାହିନୀର ବିଶ୍ୱାସ ଯେ ବର୍ଷା ଋତୁ ପୂର୍ବରୁ ନକ୍ସଲମାନେ ଏପରି ଅସ୍ଥାୟୀ ଶିବିର ସୃଷ୍ଟି କରନ୍ତି ଏବଂ ସେମାନଙ୍କର ଦୈନନ୍ଦିନ ଉପଯୋଗୀ ସାମଗ୍ରୀ ରଖନ୍ତି। ସୁରକ୍ଷା ବାହିନୀ ନକ୍ସଲମାନଙ୍କର କାର୍ୟ୍ୟକଳାପ ଉପରେ ଯାଞ୍ଚ କରି ଅସ୍ଥାୟୀ କ୍ୟାମ୍ପକୁ ଧ୍ୱସ୍ତ କରିବାରେ ସଫଳ ହୋଇଛନ୍ତି।

Related posts

୭୦ କୋଟିରୁ ବଢ଼ିପାରେ ବିପିଏଲ ସଂଖ୍ୟା,ବଦଳିପାରେ   BPL ର ନିୟମ !

mahabharatanews

ଜନପ୍ରିୟ ସାଂସଦ ମହେଶ ସାହୁଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

mahabharatanews

ଶୁଖିଯାଉଛି ବ୍ରାହ୍ମଣୀ ନଦୀ ଶଯ୍ୟା, ଜୀବିକା ହରାଉଛନ୍ତି ଚାଷୀ

mahabharatanews