Uncategorized

ବଦ୍ରିନାଥଙ୍କ ଦ୍ୱାର ଖୋଲା ନୀତି ସମ୍ପନ୍ନ

ନୂଆଦିଲ୍ଲୀ: ଆଜି ସକାଳେ ୪:୩୦ବେଳେ ପୂରା ବିଧି ବିଧାନ ସହ ଭଗବାନ ଶ୍ରୀ ବଦ୍ରିନାଥଙ୍କ ଦ୍ୱାର ଖୋଲାଯାଇଛି । ଏଥର ନିରାଡମ୍ବର ସହକାରେ ଦ୍ୱାର ଖୋଲାଯାଇଛି। ଦ୍ୱାର ଖୋଲିବା ନୀତିରେ ମୁଖ୍ୟ ପୂଜାରୀ ରାଓ୍ବଲ୍, ଧର୍ମାଧିକାରୀ ଭୁବନ ଚନ୍ଦ୍ର ଉନିଆଲ, ରାଜଗୁରୁଙ୍କ ସମେତ ୧୧ଜଣ ସାମିଲ ଥିଲେ। ଏହି ସମୟରେ ମାସ୍କ ସହିତ ସୋସିଆଲ ଡିସଟାନ୍ସ ରକ୍ଷା କରାଯାଇଥିଲା। ଏହା ପୂର୍ବରୁ ମନ୍ଦିରର ଚତୁଃପାର୍ଶ୍ବକୁ ସାନିଟାଇଜ କରାଯାଇଥିଲା। ପ୍ରତିବର୍ଷ ପରି ସେନାର ସୁମଧୁର ବ୍ୟାଣ୍ଡ ଏବଂ ଭଜନ ମଣ୍ଡଳୀଙ୍କ ସ୍ୱର ଲହରୀ ଶୁଣିବାକୁ ମିଳିନଥିଲା । ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ଧାମ ଖୋଲିବା ମାତ୍ରେ ମନୁଷ୍ୟଙ୍କ ରୋଗ-ଶୋକ ନିବୃତ୍ତି,ଆରୋଗ୍ୟତା ଏବଂ ବିଶ୍ବ କଲ୍ୟାଣର କାମନା କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଭଗବାନ ବଦ୍ରିନାଥଙ୍କ ପ୍ରଥମ ପୂଜା ମନୁଷ୍ୟଙ୍କ କଲ୍ୟାଣ ପାଇଁ ସମ୍ପନ୍ନ କରାଯାଇଥିଲା।
ଏହୀ ଦ୍ୱାର ଖୋଲା ଅବସରରେ ମନ୍ଦିରକୁ ୧୦କ୍ବିଣ୍ଟାଲ୍ ଗେଣ୍ଡୁଫୁଲରେ ସଜା ଯାଇଥିଲା । ଦ୍ୱାର ଖୋଲିବା ପରେ ବେଦ-ମନ୍ତ୍ରର ଧ୍ୱନିରେ ସମଗ୍ର ବଦ୍ରିନାଥ ଗୁଞ୍ଜିଉଠିଥିଲା। ଏବର୍ଷ କରୋନା ଭାଇରସର ପ୍ରଭାବ ଉତ୍ତରାଖଣ୍ଡର ୪ଧାମରେ ମଧ୍ୟ ପଡ଼ିଛି। ବଦ୍ରିନାଥର ଦ୍ୱାର ଖୋଲି ଦିଆଯାଇଛି । କିନ୍ତୁ ଆଶ୍ରମ,ଦୋକାନ,ଛୋଟ-ବଡ଼ ହୋଟେଲ୍,ରେଷ୍ଟୁରାଣ୍ଟ ଏବଂ ଢ଼ାବା ବନ୍ଦ ରହିଛି। ଉତ୍ତରାଖଣ୍ଡର ଅନ୍ୟ ୩ଟି ଧାମ ପୂର୍ବରୁ ଖୋଲା ଯାଇସାରିଛି।

Related posts

ସହଜ ଉପାୟରେ ଦୂର କରନ୍ତୁ ବେକର କଳାପଣ

mahabharatanews

ଇଟାଲୀରୁ ଫେରିଲେ ୨୬୩ ଭାରତୀୟ

mahabharatanews

ମହାରାଷ୍ଟ୍ର: ୨୪ ଘଣ୍ଟାରେ ୮୭ ପୁଲିସ କରୋନା ଆକ୍ରାନ୍ତ

mahabharatanews