ଓଡିଶା

କ୍ବାରେଣ୍ଟାଇନ ସେଣ୍ଟର କାରନାମା

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): କରୋନା ମହାମାରୀ ସହ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିବେଡା ପଂଚାୟତର ଏମଭି-୨୬ରେ ଥିବା କ୍ୱାରେଣ୍ଟାଇନରେ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଓଡ଼ିଆ ଲାଇକି(ଟିକ ଟକ) ଭିଡିଓ ବର୍ତ୍ତମାନ ରାଜ୍ୟରେ ଆଲୋଡନ ସୃଷ୍ଟି କରୁଛି । ବିଶୃଙ୍ଖଳିତ ଢଙ୍ଗରେ ପ୍ରବାସୀ ଓଡ଼ିଆ ସାମାଜିକ ଦୂରତ୍ୱ କଟକଣା ଓ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ବେଖାତିର କରି ଭାବେ ଭିଡିଓ କରି ସୋସିଆଲ ମିଡିଆ ରେ ଭାଇରାଲ କରିବା ଘଟଣା ଅଡ଼ୁଆ ସୃଷ୍ଟି କରିଛି । ସୂଚନାନୁଯାୟୀ ତେଲେଙ୍ଗାନାରୁ ୭ ତାରିଖ ରୁ ଫେରି ଏମଭି-୨୬ ଗ୍ରାମର ସଂଗରୋଧ ଗୃହରେ ରଖାଯାଇଛି। କିନ୍ତୁ ଉକ୍ତ କେନ୍ଦ୍ର ର କିଛି ଯୁବକ ମଜା ମସ୍ତି କରିବା ସହ ଭିଡିଓ କରିଥିଲେ। ଖାଲି ଦେହରେ ଭୋଜପୁରୀ ଓ ହିନ୍ଦୀ ଗୀତର ତାଳେ ତାଳେ ସାମାଜିକ ଦୂରତ୍ୱକୁ ଉଲଂଘନ କରି ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନର ନଜରକୁ ଆସିଥିଲା। ତେବେ କ୍ୱାରେଣ୍ଟାଇନ କେନ୍ଦ୍ର ରେ ଏହିପରି ଭାବେ ଭିଡିଓ କରିବା ସରକାରୀ ନିୟମକୁ ଉଲଂଘନ କରିଥିଲେ । ଏନେଇ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସ୍ଥାନୀୟ ସରପଞ୍ଚ ଇରମେ କବାସୀଙ୍କୁ ପଚାରିବାରୁ ଉକ୍ତ ସଂଗରୋଧ କେନ୍ଦ୍ର ର ନୋଡାଲ ଅଫିସର ସୁଗାଦ ଚରଣ ହେମ୍ବ୍ରମ ଏବଂ ପଂଚାୟତ ଅଧିକାରୀ ସୁରେଶ ସାହୁ ଙ୍କୁ ଉକ୍ତ ଭିଡିଓରେ ଥିବା ସମସ୍ତ ପ୍ରବାସୀଙ୍କ ନାମରେ ମାଲକାନଗିରି ଥାନା ରେ ଏକ ଲିଖିତ ଅଭିଯୋଗ ନିମନ୍ତେ ସରପଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଭିଡିଓ କରିଥିବା ଯୁବକ ମାନଙ୍କ ଉପରେ କେଉଁ ପ୍ରକାରର କାର୍ୟ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related posts

ଦିନକୁ ଦୁଇ ଥର ସଫେଇ ଗାଡି ଯିବ-ବିଏମସି

mahabharatanews

ଅପରାଜିତାଙ୍କ ବିରୋଧରେ ଅଭିଯୋଗ ଆଣିଲା ବେଗୁନିଆ ଭାଜପା

mahabharatanews

କରୋନା ଆକ୍ରନ୍ତ ଚିହ୍ନଟ ସଟଡ଼ାଉନ ଘୋଷଣା କଲେ ସରପଞ୍ଚ

mahabharatanews