ଓଡିଶା

ମାନସିକ ପୁରଣ ହେବା ପରେ ମୁଣ୍ଡନ ହୋଇ ଓ ଅମୃତଭୋଗ ଅର୍ପଣ କରୁଛନ୍ତି ଭକ୍ତ       

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ଥ ଜିରାଙ୍ଗ ବଳଦେବଜୀଉ ମନ୍ଦିରରେ ହେରାପଞ୍ଚମୀ ଭିନ୍ନ ଏକ ପରମ୍ପରା ପାଳନ ହେଉଥିବାର ଦେଖିବାକୁ ମିଳିଛି। ଜିରାଙ୍ଗ ବଳଦେବଜୀଉଙ୍କ ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଯାଇଛି। ଏହି ନୀତି ଦେଖିବାକୁ ମନ୍ଦିରରେ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାୟଗଡା, ଗଞ୍ଜାମ ଏବଂ ଅନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ଭିଡ ହେବାର ଦେଖିବାକୁ ମିଳିଥିଲା। ଯଦିଓ ଏଠାରେ 3 ଠାକୁର ପୂଜା ପାଇଛନ୍ତି ତଥାପି ବଳଦେବ ଜୀଉଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଥିବାରୁ ଏଠାକୁ ବିଭିନ୍ନ ସମସ୍ୟାରେ ପଡିଥିବା ଲୋକେ ଧାଇଁ ଆସିଥାନ୍ତି ।

ମାନସିକ ପୁରଣ ହେବା ପରେ ମୁଣ୍ଡନ ଓ ଅମୃତଭୋଗ କରିଥାନ୍ତି ।  ପ୍ରତିବର୍ଷ ଜିରାଙ୍ଗ ବଳଦେବଜୀଉ ମନ୍ଦିରରେ ରଥଯାତ୍ରା ଆୟୋଜିତ ହୋଇଥାଏ । ମାତ୍ର ହେରାପଞ୍ଚମୀରେ ଶ୍ରଦ୍ଧାଳୁଙ୍କ ଭିଡ ପ୍ରବଳ ହୋଇଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଠାରେ ଭକ୍ତ ମାନେ ବଳଦେବଜୀଉଙ୍କ ମନପସନ୍ଦ ଅମୃତଭାଣ୍ଡ ଭୋଗ ଲାଗି କରିଥାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଠାକାର ଗୌଡମାନଙ୍କ ଦ୍ବାରା ଏହା ପ୍ରସ୍ତୁତ କରାଇ ଭୋଗ ଲଗାଇବା ସହ ମାନସିକ କରିବା ଦ୍ବାରା ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ତେଣୁ ଏଠାରେ ଗୌଡ ସେବାୟତମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ମାନସ୍କାମନା ପୁରଣ ହେବାପରେ ହେରା ପଞ୍ଚମୀ ତିଥିରେ ଆସି ମୁଣ୍ଡନ ହେବାର ପରମ୍ପରା ରହିଆସିଛି । ତେଣୁ ଏହି ଦିନ ଓଡିଶା ତଥା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜର ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଦେଖିବାକୁ ମିଳିଛି।

Related posts

ସରକାରୀ ସହାୟତା ନ ମିଳିଲେ ଆନ୍ଦୋଳନ ଚେତାବନୀ

mahabharatanews

ମାରୁତି ସେନା ପକ୍ଷରୁ ଆଦିତ୍ୟ ଦାଶଙ୍କ ସ୍ମୃତିରେ ବୃକ୍ଷ ରୋପଣ

mahabharatanews

ମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫ

mahabharatanews