Uncategorized

ଅଯୋଧ୍ୟା ମାଟିତଳୁ ମିଳିଲା ବହୁ ପୁରାତନ ମନ୍ଦିର ଭଗ୍ନାଂବଶେଷ

ଅଯୋଧ୍ୟା : ମେ ୧୧ ତାରିଖରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଭୂମି ସମତଳ କାମ ବେଳେ ପୁରାତନ ମନ୍ଦିରର ଭଗ୍ନାଂବଶେଷ ମିଳିଛି । ଏଥିରୁ ସ୍ପଷ୍ଟ ହୋଇଛି, ପୂର୍ବରୁ ସେଠାରେ ରାମ ମନ୍ଦିର ରହିଥିଲା । କାମ ଚାଲିଥିବା ବେଳେ ମାଟିତଳୁ ପ୍ରସ୍ତର ଖୋଦିତ କାରୁକାର୍ୟ୍ୟ, ଏକ ୫ ଫୁଟ ଲମ୍ବ ଶିବଲିଙ୍ଗ, ୧୩ଟି ପ୍ରସ୍ତର ସ୍ତମ୍ଭ, ବିଭିନ୍ନ ଦେବଦେବୀଙ୍କ ଭଗ୍ନ ମୂର୍ତ୍ତି , କଳସ ଆଦି ମିଳିଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ ଏଥିରୁ ଜଣାପଡ଼ୁଛି ଯେ ସେହି ସ୍ଥାନରେ ଏକ ମନ୍ଦିର ଥିଲା ।
ସୂଚନାଯୋଗ୍ୟ, ଭାରତୀୟ ପ୍ରନିତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ କେ.କେ. ମହମ୍ମଦ ମଧ୍ୟ ନିଜର ପୂର୍ବ ଖନନ ବେଳେ ସେଠାରେ ଏକ ମନ୍ଦିରର ଅବଶେଷ ମିଳିଥିବା ରିପୋର୍ଟ ଦେଇଥିଲେ । ଗତ ବର୍ଷ ଅଯୋଧ୍ୟା ମାମଲାର ରାୟ ଶୁଣାଇବାବେଳେ ଏହି ରିପୋର୍ଟକୁ ସୁପ୍ରିମକୋର୍ଟ ବିଚାରକୁ ନେଇଥିଲେ ।

Related posts

୧୭୬ ଭାରତୀୟଙ୍କୁ ନେଇ ବାହାରିନରୁ ବାହାରିଛି ଏୟାର ଇଣ୍ଡିଆର ବିମାନ

mahabharatanews

ବସ ଦୁର୍ଘଟଣାଗ୍ରସ୍ତ: ୨୭ ଯାତ୍ରୀଙ୍କ ସଲିଳ ମୃତ୍ୟୁ

mahabharatanews

ପରମ ବୀର ହେଲେ ମୁମ୍ବାଇ ପୁଲିସ କମିଶନର

mahabharatanews