Uncategorized

ବାଇକ ଧକ୍କାରେ ଟ୍ରକ ହେଲ୍ପର୍ ମୃତ

(ବଲାଙ୍ଗୀର/ମଧୂସୁଦନ ବହିଦାର): ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ଥାନା, ୨୬ ନମ୍ବର ଜାତୀୟ ରାଜପଥର ଫାସଡ ଛକ ନିକଟରେ ବାଇକ ଧକ୍କା ରେ ଜଣେ ମୃତ। ମୃତକ ଜଣକ ହେଲେ ଝାରଖଣ୍ଡ ରାଜ୍ୟ ରାମଗଡ ଜିଲ୍ଲା ବନ୍ଦା ଗାଁ ର ନୌସାଦ ମଲ୍ଲିକ ଙ୍କ ପୁଅ ଅବୁ ତାଲିବ ମଲ୍ଲିକ। ସେ ରାଜଗାଙ୍ଗପୁର ରେ ଏକ ଟ୍ରକ୍ ରେ ହେଲପର୍ ଭାବେ କାମ କରୁଥିଲେ। ରାଜଗାଙ୍ଗପୁରରୁ ଟ୍ରକଟି ସିମେଣ୍ଟ ନେଇ ଲୋଇସିଙ୍ଘା ଆସୁଥିବା ବେଳେ ୧୨ ତାରିଖ ବଲାଙ୍ଗିର ଜିଲ୍ଲାରେ ସଟଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିଲା। ଫଳରେ ଲୋଇସିଂହା ପୂର୍ବରୁ ଟ୍ରକଟି ଫାସଡ ଛକ ନିକଟରେ ଅଟକିଥିଲା। ଅପରାହ୍ନରେ ହେଲପର୍ ଅବୁ ତାଲିବ ଛକ ନିକଟରୁ ଜଳଖିଆ କିଣି ଟ୍ରକ୍ କୁ ଫେରୁଥିବା ବେଳେ ଦ୍ରୁତ ଗତି ରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ ହସ୍ପିଟାଲକୁ ଆଣିଥିଲେ। ତେବେ ବଲାଙ୍ଗୀର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟ୍ରକ୍ ମାଲିକ ଆଜି ରାଜଗାଙ୍ଗପୁର ରୁ ଆସି ଲୋଇସିଙ୍ଘା ଥାନାରେ ଲିଖିତ ଅଭିଯୋଗ ଦେବାପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଦେହ କୁ ଆଜି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି।

Related posts

ବିମାନ ଯାତ୍ରା ସମୟରେ କରନ୍ତୁ ଏହି କାମ

mahabharatanews

ଥଣ୍ଡାର ସହର ସାଇବେରିଆ

mahabharatanews

କର୍ଣ୍ଣାଟକରେ ସିଏଏକୁ ବିରୋଧ: ୧୪୪ ଧାରା ଜାରି

mahabharatanews