Uncategorized

ଅମ୍ଫାନ କ୍ଷୟକ୍ଷତି: ପଶ୍ଚିମ ବଙ୍ଗକୁ ୧ ହଜାର କୋଟି ସହାୟତା

କଲକାତା: ବାତ୍ୟା ଅମ୍ପାନ ଯୋଗୁ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଗସ୍ତ କରି ଫେରିଛନ୍ତି । ଏହା ପରେ ପରେ ସେ ପଶ୍ଚିମ ବଙ୍ଗ ପାଇଁ ୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାବୁଲ ସୁପ୍ରିୟୋ, ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏବଂ ଦେବଶ୍ରୀ ଚୌଧୁରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଓ ରାଜ୍ୟ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ସରକାରକୁ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯିବା ପରେ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ମୋଦୀ କହିଛନ୍ତି। ଏହା ସହିତ ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି ।

Related posts

ପଦୋନ୍ନତିରେ ସଂରକ୍ଷଣ: ସୁପ୍ରିମକୋର୍ଟଙ୍କ ବିରୋଧରେ ଭୀମ ଆର୍ମୀର ମୋର୍ଚ୍ଚା

mahabharatanews

ରବିଧାନ ସଂଗ୍ରହ ପାଇଁ ଅନଲାଇନରେ ୨, ୩୪, ୭୨୮ ନାମ ପଞ୍ଜିକୃତ

mahabharatanews

୨୨ ପୂର୍ବରୁ ତିହାର ଜେଲରେ ପରୀକ୍ଷାମୂଳକ ଫାଶୀ

mahabharatanews