ଓଡିଶା

ବରଗଡ଼ ଜ଼ିଲ୍ଲାରେ ଜଣେ କରୋନା ଚି଼ହ୍ନଟ ପରେ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

(ଚିତ୍ତରଞ୍ଜନ ସାହୁ, ବରଗଡ଼): ବରଗଡ ପୌରପରିଷଦ ଅନ୍ତର୍ଗତ ସୁବାଷ ନଗର ୱାର୍ଡନଂ ୧୪ର ଜଣେ ୫୦ ବର୍ଷୀୟ ମହିଳା କରୋନା ପୋଜିଟିଭ ଭାବରେ ଆଜି ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଏହି ସୂଚନା ଦିଆଯାଇଛି । ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଦ୍ୱାରା ଉକ୍ତ ଅଂଚଳକୁ ଅବରୋଧ ଅଞ୍ଚଳ ଦ୍ୱାରା ଘୋଷଣା କରାଯାଇଛି । ବ୍ରହ୍ମ ବିହାର ଅଞ୍ଚଳକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି ଏସମସ୍ତ ଅଞ୍ଚଳରେ ପ୍ରଶାସନ ନଜର ରଖିଛି । ଏହି ମହିଳା ଗତ ମେ ୧୨ ତାରିଖରେ ମୁମ୍ବାଇରୁ ଫେରିଥିଲେ ସେ ହୋମ କ୍ଵରାଇଣ୍ଟେନ ବା ନିଜ ଘରେ ସଂଗରୋଧରେ ରହିଥିଲେ ଗତ ମେ ୨୦ ତାରିଖରେ ତାଙ୍କର ନମୁନା ସଂଗ୍ରହ କରାଯାଇ ପାରକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା ତାଙ୍କର କୌଣସି ଲକ୍ଷଣ ନଥିଲା । ଆଜି ତାଙ୍କୁ ସ୍ୱତନ୍ତ୍ର ଏମ୍ବୁଲେନ୍ସ ଯୋଗେ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଜନ ସାଧାରଣ କୌଣସି ଭୟଭୀତ ନହୋଇ ଅବରୋଧ ଅଞ୍ଚଳର ନିୟମ ପାଳନ କରନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଅବରୋଧ ଅଂଚଳରୁ କେହି ବାହାରକୁ ଯିବେନାଇ ବା ବାହାର କୌଣସି ଲୋକ ସେ ସ୍ଥାନକୁ ଯିବେ ନାହିଁ । ସେ ଅଂଚଳର ଜନ ସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାପାଇ ଉପକଣ୍ଠ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related posts

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ

mahabharatanews

ଆଜି ମହାପ୍ରଭୁଙ୍କ ସୁନାବେଶ

mahabharatanews

୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ

mahabharatanews