ଓଡିଶା

ବସ ଟ୍ରକ ମୁହାଁ ମୁହିଁ ଧକ୍କା: ତିନି ଗୁରୁତର

ବନବାସୀ ପ୍ରଧାନ/ କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ତୁମୁଡିବନ୍ଧ ନିକଟରେ ବସ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଧକ୍କାରେ ୩ ଜଣ ଗୁରୁତର । ୩ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ୫୯ ନଂ ଜାତୀୟ ରାଜପଥର ତୁମୁଡିବନ୍ଧ ନିକଟରେ ଗତ କାଲି ରାତି ୧୧:୩୦ ସମୟରେ ବ୍ରହ୍ମପୁରକୁ ଓଡି-୦୭-ଏଚ-୨୦୭୭ ନମ୍ବର ବିଶିଷ୍ଟ ଏକ ବସ ୪୭ଜଣ ଶ୍ରମିକଙ୍କୁ ଧରି ଆସୁଥିବା ବେଳେ ବିପରିତ ଦିଗରୁ ଆନ୍ଧ୍ରରୁ ରାଇପୁର ଯାଉଥିବା ଏପି-୩୯-ଟିଜି-୭୧୮୯ ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକ ସହିତ ମୁହାଁ,ମୁହିଁ ଧକା୍ ହୋଇଛି । ଫଳରେ ଦୁଇଜଣ ଡ୍ରାଇଭର ଓ ଜଣେ ପାସିଞ୍ଜର ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ତୁମୁଡିବନ୍ଧ ପୁଲିସ ପହଞ୍ଚି ଆହତମାନଙ୍କୁ ପ୍ରଥମେ ତୁମୁଡି ବନ୍ଧ ଗୋଷ୍ଠୀସାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ସଂଙ୍କଟାପୁର୍ଣ୍ଣ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।

Related posts

ନିଜସ୍ୱ ଖର୍ଚ୍ଚରେ ରାସ୍ତା କରି ଉଦାହରଣ ସୃଷ୍ଟି କଲେ ଗ୍ରାମବାସୀ

mahabharatanews

ଆଜିଠୁ ଖୋଲିବ ସ୍କୁଲ,ବାଦ ପଡିପାରେ ୭ଜିଲ୍ଲା 

mahabharatanews

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ୧୮ରେ ଯାଞ୍ଚ

mahabharatanews