ଓଡିଶା

ଦେବସ୍ନାନ ପୂର୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ଜୟନ୍ତ ସେଠୀ/ ଗୋପ: ଜୁନ ୫ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣିମା । ଏନେଇ ଛତିସା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଭୋର ୧ଟା ରୁ ୪ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉ ମାନଙ୍କ ଧାଡିପହଣ୍ଡି । ପ୍ରାତଃ ୪:୩୦ରେ ହେବ ମଙ୍ଗଳଆଳତୀ। ୪:୪୦ ରେ ମଇଲମ । ୫ଟା ରେ ତଡପ ଲାଗି । ପରେ ଅଧର ପୋଛା, ଅବକାଶ, ରୋଷହୋମ, ବେଶଶେଷ, ସୂର୍ୟ୍ୟ ପୂଜା ଓ ଅନ୍ୟାନ୍ୟ ନୀତି ହେବ।

ସେହିପରି ସକାଳ ୭:୩୦ରୁ ୯:୩୦ ମଧ୍ୟରେ ହେବ ଜଳବିଜେ,ପୂଜା ଓ ସ୍ନାନନୀତି। ୧୦:୩୦ଟାରେ ସ୍ନାନ ବେଦୀରେ ଗଜପତିଙ୍କ ଦ୍ୱାରା ଛେରାପହଁରା । ଦିନ ୧୧ଟା ରୁ ୧୨ ମଧ୍ୟରେ ହାତୀବେଶ। ଦିନ ୧ ରୁ ୩ଟା ମଧ୍ୟରେ ସକାଳ ଧୂପ ନୀତି । ସନ୍ଧ୍ୟା ୫ ରୁ ୮ ମଧ୍ୟରେ ବିଗ୍ରହଙ୍କ ଅଣସର ଘରକୁ ବାହୁଡା଼ ପହଣ୍ଡି ନୀତି ହେବ। ତେବେ କରୋନା କଟକଣା ଯୋଗୁଁ ସହାଣ ମେଲା ଦର୍ଶନ ବନ୍ଦ ରହିବ । ଅନ୍ୟପଟେ ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର କହିଛନ୍ତି ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଗଲା , ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ ଓ ତାଲିକା ମଗା ଯାଇଛି। ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି । ତାଲିକା ପାଇବା ପରେ ୩୦ରେ ପରିଚାଳନା କମିଟି ମିଟିଂ ରେ ଚୂଡାନ୍ତ ନିଷ୍ପତ୍ତି ହେବ।

Related posts

ନଦୀ ପାର ହେଲେ ପ୍ରସୁତି, ଆଖି ବୁଜିଲା ନବଜାତ

mahabharatanews

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଖେଚୁଡ଼ି ଅନ୍ନ ପ୍ରସାଦ ବଣ୍ଟନ

mahabharatanews

 ‘ମୋ ବୁଥ୍ ଆପ୍’ ଉନ୍ମୋଚନ

mahabharatanews