ଓଡିଶା

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଖେଚୁଡ଼ି ଅନ୍ନ ପ୍ରସାଦ ବଣ୍ଟନ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୩୪ ତମ ବାହୁଡା଼ ଯାତ୍ରାର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।ବାହୁଡା ଯାତ୍ରା ଦେଖିବାକୁ ଆଖପାଖ ଅଂଚଳ ସମେତ ପଡୋଶୀ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।ସକାଳୁ ଆସି ରଥାଟଣା ଶେଷପର୍ଯ୍ୟନ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଭୋକ ଉପାସରେ ଅପେକ୍ଷା କରିଥାନ୍ତି । ସେମାନଙ୍କ ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ ବାମନଘାଟୀ ବ୍ରାହ୍ମଣ ମହାସଭା’ ତରଫରୁ ପିସିଏମ କଲ୍ୟାଣ ମଣ୍ଡପ ନିକଟରେ ମାଗଣାରେ ଖେଚୁଡ଼ି ଅନ୍ନ ପ୍ରସାଦ ଓ ପାଣି ବଣ୍ଟନ କରାଯାଇଥିଲା । ବୁଢ଼ାବୁଢି, ,ଛୁଆପିଲାଙ୍କ ସହ ରାସ୍ତାରେ ଯାଉଥିବା ପଥିକମାନେ ସେଠାରୁ ଖେଚୁଡ଼ିଅନ୍ନ ଖାଇ ଆତ୍ମ ସନ୍ତୋଷ ମିଳିଥିବାର ଦେଖିବାକୁ ମିଳିଛି । ଵାମନଘାଟୀ ବ୍ରାହ୍ମଣ ମହାସଭାର ସାମାଜିକ କାର୍ଯ୍ୟକୁ ସେମାନେ ଵହୁ ପ୍ରଶଂସା କରିଥିଲେ ।

Related posts

ରଥ ତିଆରିରେ ନିୟୋଜିତ ୨୦୫ ସେବାୟତ ରହିବେ ସଙ୍ଗରୋଧରେ

mahabharatanews

କରୋନା ମୁକାବିଲା: ଓଡ଼ିଶା ଆଶା କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କାର  ପ୍ରଦାନ 

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପଞ୍ଚଭୂତରେ ଲୀନ ହେବେ ଡକ୍ଟର ଜୟନ୍ତ ମହାପାତ୍ର

mahabharatanews