ଓଡିଶା

ପ୍ରବାସୀ ଶ୍ରମିକଙ୍କ ଅଧ ରାସ୍ତାରେ ମୃତ୍ୟୁ

ସୋର: ପ୍ରବାସୀ ଶ୍ରମିକ ଓ ଅପ୍ରାକୃତିକ ମୃତ୍ୟୁ ଯେମିତି ସାଧାରଣ ଓ ନିତି ଦିନିଆ ଘଟଣା ପାଲଟି ଗଲାଣି । ବାଟ ଚାଲୁଚାଲୁ ଘର ହେଉଛି ପ୍ରବାସୀ ପାଇଁ ଅପହଞ୍ଚ । ଅଧ ରାସ୍ତାରେ ଚାଲିଯାଉଛି ଜୀବନ । ଏମିତି ଏକ ଏକ ଅଭାବନୀୟ ଘଟଣା ଘଟିଛି ବାଲେର ଜିଲ୍ଲା ସୋର ଅଞ୍ଚଳରେ । ଘରକୁ ଚାଲି ଚାଲି ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ହେଲେ ପଶ୍ଚିମ ବଙ୍ଗ ପଶ୍ଚିମପଡ଼ାର ହାୟର ମହମ୍ମଦ ।
ସୂଚନା ଅନୁଯାୟୀ, ହାୟର ମହମ୍ମଦ ଓ ତାଙ୍କ ପୁତୁରା ହାଇଦ୍ରାବାଦରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଲକଡାଉନ ପରେ ଦାଦା ପୁତୁରା କାମ ହରାଇ ବସିଥିଲେ । ଲକ୍ଡାଉନ ସରିବା ଯାଏ ଅପେକ୍ଷା କଲେ, କିନ୍ତୁ ଲକଡାଉନ ସମୟ ବଢିଚାଲିଲା । ତେଣୁ ଅନୋନ୍ୟପାୟ ହୋଇ ହାଇଦ୍ରାବାଦରୁ ଉଭୟ ଦାଦା ପୁତୁରା ଚାଲି ଚାଲି ପଶ୍ଚମବଙ୍ଗ ବାହାରିଥିଲେ । ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲା ସୋର ବରଫକଳ ଛକ ନିକଟରେ ଗତକାଲି ଉଭୟ ପ୍ରବାସୀ ରାସ୍ତା କଡରେ ଶୋଇଥିଲେ । କିନ୍ତୁ ଆଜି ସକାଳୁ ମହମ୍ମଦଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗତକାଲି ପ୍ରବଳ ବର୍ଷା ଘଡଘଡି ହୋଇଥିଲା । ହୁଏତ ଘଡଘଡିରେ ତାଙ୍କର ମୃତ ହୋଇଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବୃବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇଥିବା ବେଳେ ତଦନ୍ତ ଚଳାଇଛି ।

Related posts

କ୍ରିଷ୍ଣ କୁମାରଙ୍କ ପାଇଁ ସମ୍ଭବ ହୋଇଛି ରଥଯାତ୍ରାର ଆଶାତୀତ ସଫଳତା

mahabharatanews

କରୋନା ଆକ୍ରାନ୍ତଙ୍କୁ ନେଇ ଆସୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ

mahabharatanews

କୀଟନାଶକ ଗନ୍ଧରେ ୩ ଶିଶୁଙ୍କ ମୃତ୍ୟୁ

mahabharatanews