ଓଡିଶା

ବାଲି ବୋଝେଇ ୪ ହାଇୱା ଜବତ

ସାଲେପୁର: ଗତ କାଲି ବିଳମ୍ବିତ ରାତିରେ ୪ଟି ବାଲି ବୋଝେଇ ହାଇୱାକୁ ଅଟକ ରଖାଯାଇଛି । କଟକଜିଲ୍ଲା ସାଲେପୁର ତହସିଲ କାର୍ୟ୍ୟାଳୟ ପରିସରରେ ସବୁ ଗାଡିକୁ ଅଟକ ରଖାଯାଇଛି। ରାତି ଅଧରେ ବାଲି ଚାଲାଣ ହେଉଥିବା ଖବର ପାଇ ତହସିଲଦାର ଏବଂ ତାଙ୍କ ସହିତ କିଛି କର୍ମଚାରୀ ୪ଟି ବାଲିବୋଝେଇ ଟ୍ରକ ଜବତ କରିଛନ୍ତି । ଗାଡିଗୁଡିକର ନମ୍ବର ଯାହାରନମ୍ବର ଓଡି୦୫ଇଖ-୭୯୬୬,ଓଡି୨୯ୠ-୪୯୬୬,ଓଡି୧୮ୠ-୨୪୩୯,ଓଡି୨୯ୠ-୬୭୦୫ । ଦୀର୍ଘ ଦିନରୁ ମହାନଦୀ ପଠାରୁ ବେଆଇନଭାବେ ବାଲି ଚାଲାଣ ହେଇ ଆସୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା । ଶେଷରେ ଗତକାଲି ରାତିରେ ସାଲେପୁର ତହସିଲଦାର ବାଲି ଚାଲାଣ ହେଉଥିବା ଖବର ପାଇ ଗାଡି ଗୁଡିକ ଜବତ କରିଥିଲେ ।

Related posts

ହିନ୍ଦୋଳରେ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପକ୍ଷରୁ ଏଲ ଆର ଆଇ ଯାତ୍ରାର ଶୁଭାରମ୍ଭ

mahabharatanews

 ଲୋମଟାଙ୍କୁରା ଦୃଶ୍ୟ ; ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍

mahabharatanews

ନିଜସ୍ୱ ଖର୍ଚ୍ଚରେ ରାସ୍ତା କରି ଉଦାହରଣ ସୃଷ୍ଟି କଲେ ଗ୍ରାମବାସୀ

mahabharatanews