ଓଡିଶା

ବାଲି ବୋଝେଇ ୪ ହାଇୱା ଜବତ

ସାଲେପୁର: ଗତ କାଲି ବିଳମ୍ବିତ ରାତିରେ ୪ଟି ବାଲି ବୋଝେଇ ହାଇୱାକୁ ଅଟକ ରଖାଯାଇଛି । କଟକଜିଲ୍ଲା ସାଲେପୁର ତହସିଲ କାର୍ୟ୍ୟାଳୟ ପରିସରରେ ସବୁ ଗାଡିକୁ ଅଟକ ରଖାଯାଇଛି। ରାତି ଅଧରେ ବାଲି ଚାଲାଣ ହେଉଥିବା ଖବର ପାଇ ତହସିଲଦାର ଏବଂ ତାଙ୍କ ସହିତ କିଛି କର୍ମଚାରୀ ୪ଟି ବାଲିବୋଝେଇ ଟ୍ରକ ଜବତ କରିଛନ୍ତି । ଗାଡିଗୁଡିକର ନମ୍ବର ଯାହାରନମ୍ବର ଓଡି୦୫ଇଖ-୭୯୬୬,ଓଡି୨୯ୠ-୪୯୬୬,ଓଡି୧୮ୠ-୨୪୩୯,ଓଡି୨୯ୠ-୬୭୦୫ । ଦୀର୍ଘ ଦିନରୁ ମହାନଦୀ ପଠାରୁ ବେଆଇନଭାବେ ବାଲି ଚାଲାଣ ହେଇ ଆସୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା । ଶେଷରେ ଗତକାଲି ରାତିରେ ସାଲେପୁର ତହସିଲଦାର ବାଲି ଚାଲାଣ ହେଉଥିବା ଖବର ପାଇ ଗାଡି ଗୁଡିକ ଜବତ କରିଥିଲେ ।

Related posts

୨ ବ୍ଲକରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ

mahabharatanews

ରାଣୀଗଡ଼ ଫାର୍ମର ପ୍ରୋଡୁସର କମ୍ପାନୀର ଶୁଭାରମ୍ଭ

mahabharatanews

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews