ଓଡିଶା

ଆମ୍ବ ବଗିଚାକୁ ଯିବା ବେଳେ ହାତୀ ନେଲା ବୃଦ୍ଧଙ୍କ ଜୀବନ

ଭଦ୍ରକ: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଅଞ୍ଚଳରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି। ବୃଦ୍ଧ ନିଜ ଆମ୍ବ ବଗିଚାକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
ସୂଚନା ଅନୁଯାୟୀ, ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡ଼ା ନିକଟସ୍ଥ ମହାନ୍ତିପଡ଼ା ଗ୍ରାମର ମାଗୁଣି ବେହେରା(୭୦) ଆଜି ସକାଳ ୬ଟାରେ ନିଜ ଆମ୍ବ ବାଗାନକୁ ଯାଇଥିଲେ । ବାଗାନଟି ଘରଠୁ କିଛି ଦୂର ନଦୀ ତଟରେ ଅବସ୍ଥିତ। ଏହି ସମୟରେ ଏକ ହାତୀ ମାଗୁଣିଙ୍କୁ ଗୋଡ ତଳେ ପକାଇ ଦେବା ସହ ପାଦରେ ଦଳି ଦେଇଥିଲା। ମାଗୁଣିଙ୍କ ଚିତ୍କାର ଶୁଣି ଲୋକେ ଆସିବା ବେଳକୁ ହାତୀଟି ଚାଲିଯାଇଥିଲା। ସେତେବେଳକୁ ମାଗୁଣିଙ୍କ ମୃତ୍ୟୁ ହୋଇସାରିଥିଲା ।
ସୂଚନାଯୋଗ୍ୟ ଗତ ୯ଦିନ ହେବ କେନ୍ଦୁଝର-ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତରେ ଥିବା ଆଗରପଡ଼ା ଅଞ୍ଚଳରେ ହାତୀପଲ ବୁଲୁଥିବାର ଦେଖିବାକୁ ମିଳୁଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Related posts

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

mahabharatanews

ଉପ ନିବନ୍ଧକ ଅଫିସ ଦାବିରେ ଧାରଣା

mahabharatanews

ଗୋଟିଏ ଫୋଟୋରେ ଦୁଇ ପ୍ରଜାତିର ବାଘ

mahabharatanews