Uncategorized

ଦେଶରେ ୨୪ ଘଣ୍ଟାରେ ୯,୩୦୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ମାହମାରୀ କରୋନା ସ୍ଥିତି ଦେଶରେ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଘଣ୍ଟାରେ ସର୍ବାଧିକ ୯ ହଜାର ୩୦୪ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା ଗତ ୨୪ ଘଣ୍ଟାରେ ୨୬୦ ହୋଇଛି । ଏହାକୁ ମିଶାଇ ଦେଶରେ ୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପାରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ ଲକ୍ଷ ୪୨ ହଜାର ୭୧୮ ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ ୨ଲକ୍ଷ ୧୬ ହଜାର ୯୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୪ ହଜାର ୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୭୫ ଜଣଙ୍କର ମହାମାରୀ କରୋନା ଯୋଗୁଁ ପ୍ରାଣହାନୀ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୧ ଲକ୍ଷ ୬ ହଜାର ୭୩୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ସ୍ୱଦେଶକୁ ଫେରିଲେ ୧୫ ହଜାର ପ୍ରବାସୀ ଭାରତୀୟ

mahabharatanews

ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

mahabharatanews

ଧାରା ୩୭୦ ଉଚ୍ଛେଦ ପରେ ଫାରୁକ, ମେହବୁବାଙ୍କ ବୈଠକ

mahabharatanews