Uncategorized

ଉପକୂଳବର୍ତ୍ତୀ ଗାଁ ଲୋକଙ୍କ ଧନ ଜୀବନ ରକ୍ଷା କରିବାକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଚି: ମନସୁନ ପୂର୍ବରୁ କେରଳ ହାଇକୋର୍ଟ ଆଜି ରାଜ୍ୟ ସରକାରକୁ ଏର୍ନାକୁଲମ ଜିଲ୍ଲାର ଉପକୂଳବର୍ତ୍ତୀ ଲୋକଙ୍କ ଧନ ଜୀବନ ପ୍ରାକୃତିର ତାଣ୍ଡବରୁ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ପ୍ରତିବର୍ଷ ମନସୁନ ଆସିଲେ ଏହି ଜିଲ୍ଲାର ଉପକୂଳବର୍ତ୍ତୀ ଗାଁ ଗୁଡିକର ଲୋକେ ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି । ଚେଲାରାମ ବାସିନ୍ଦା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଆବେଦନର ଶୁଣାଣି କରି ଜଷ୍ଟିସ ଭି ଜି ଅରୁଣ ସମୂଦ୍ର ନିକଟରେ ସି ୱାଲ ନିର୍ମାଣରେ ହେଉଥିବା ବିଳମ୍ବକୁ ନେଇ ତିରସ୍କାର କରିଛନ୍ତି ।
ଜିଓ ବ୍ୟାଗ ଓ ଟ୍ୟୁବ ସହିତ ଅସ୍ଥାୟୀ ସମୁଦ୍ର ପ୍ରାଚୀର ନିର୍ମାଣର ଅଗ୍ରଗତି ସମ୍ପର୍କରେ ପର୍ଯ୍ୟାୟକ୍ରମେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । “ସମୁଦ୍ର ପ୍ରାଚୀର ନିର୍ମାଣରେ ବିଳମ୍ବ ହେବାର ବିଭିନ୍ନ କାରଣ ଦର୍ଶାଇଥିବା ରିପୋର୍ଟ ଦାଖଲ ହୋଇଥିବା ଦେଖାଯାଇଥିଲା। କିନ୍ତୁ ଚଳିତ ବର୍ଷର ମ ଗ୍ଦକ୍ଟ ସୁମୀର ଆଗମନ ତଥା ସମୁଦ୍ର ଦ୍ୱାରା ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି କେବଳ ରିପୋର୍ଟ ଦାଖଲ କରିବା ପର୍ୟ୍ୟାପ୍ତ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ଜୁନ୍ ୨ ରେ ଏହାର ଆଦେଶ ଦିଆଯାଇଛି । କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଜରୁରୀ କି, ଚେଲାମପୁରମ ଜିଲ୍ଲା ଲୋକଙ୍କ ଧନଜୀବନ ରକ୍ଷା କରିବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।

Related posts

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

mahabharatanews

କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ମାଗିଲେ ଆରୋଗ୍ୟ ସେତୁ ସଂକ୍ରାନ୍ତ ପୂର୍ଣ୍ଣ ତଥ୍ୟ

mahabharatanews

ଦେଶରେ ଦିନକରେ ୮୬ ହଜାର ୯୬୧ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews