Uncategorized

ସୁପ୍ରିମ କୋର୍ଟକୁ ଗଲେ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ: ଭୀମ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର ଆଜାଦ ସୁପ୍ରିମ କୋର୍ଟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଯାଚିକା ଦାୟର କରିଛନ୍ତି । ବୁଧବାର ଚନ୍ଦ୍ରଶେଖରଙ୍କ ପକ୍ଷରୁ ସୁପ୍ରିମ କୋର୍ଟ ଯାଚିକା ଦାୟର କରାଯାଇଛି । ଏହି ଯାଚିକାରେ ଆରୋପ ଲଗାଯ।।ଇଛି କି ଏହି ଆଇନ ଏସସି/ଏସଟି ଆଇନର ଉଲ୍ଲଙ୍ଘନ କରୁଛି ।
ଚନ୍ଦ୍ରଶେଖର ଲଗାତର ଏହି ଆଇନର ବିରୋଧ କରି ଆସୁଛନ୍ତି ଓ କେନ୍ଦ୍ର ସରକାରକୁ ଟାର୍ଗେଟ କରି ଆସୁଛନ୍ତି । ବୁଧବାର ଦିନ ସୁପ୍ରିମ କୋର୍ଟ ଏହି ଆଇନ ଉପରେ ଦାୟର ୧୪୪ ଯାଚିକା ଉପରେ ଶୁଣାଣି ହୋଇଥିଲା ତେବେ ଚନ୍ଦ୍ର ଶେଖରଙ୍କ ଯାଚିକା ଏହାଠାରୁ ଅଲଗା । ସୂଚନା ଯୋଗ୍ୟ, ଚନ୍ଦ୍ରଶେଖର ଅ।।ଜାଦ ସିଏଏ ଲାଗୁ ହେବା ପରେ ଜାମା ମସ୍ଜିଦରେ ସିଏଏ ବିରୋଧ ପ୍ରଦର୍ଶନରେ ଭାବ ନେଇଥିଲେ । ଏହା ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା । ବହୁ ଦିନ ତିହାଡ ଜେଲରେ ବନ୍ଦ ରହିବା ପରେ ସେ ତିହାର ଜେଲରେ ରହିଥିଲେ । ଦିଲ୍ଲୀର ଏକ କୋର୍ଟରେ ତାଙ୍କୁ ଜାମିନ ପ୍ରଦାନ କରିଥିଲା ।

Related posts

ପ୍ଲାଷ୍ଟିକର ବ୍ୟବହାର ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

ଦେଶରେ ଦିନକରେ ୬୧ ହଜାର ୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କିପରି ସଫା କରିବେ ହୋଲି ରଙ୍ଗରେ ରଙ୍ଗୀନ କପଡ଼ା

mahabharatanews