ଓଡିଶା

ରାଜ୍ୟରେ ବଢୁଛି କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ୧୨୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬ଜଣ ସ୍ଥାନୀୟ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି। ଆଜିର ଏହି ୧୩୦ ସଂକ୍ରମିତ ୨୧ଟି ଜିଲ୍ଲାରୁ ବାହାରିଛନ୍ତି ।
କଟକ ଜିଲ୍ଲାରେ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ଥିବା ବେଳେ ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ ୨୨ଜଣ ଲେଖାଏଁ , ଗଞ୍ଜାମ ଜିଲ୍ଲାରେ ୧୨, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରେ ୭ଜଣ ଲେଖାଏଁ. କୋରାପୁଟରେ ୬ଜଣ , ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ୪ଜଣ ଲେଖାଏଁ, ବଲାଙ୍ଗୀର, କନ୍ଧମାଳ, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ୩ଜଣ ଲେଖାଏଁ,ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ ୨ଜଣ ଲେଖାଏଁ ପୁରୀ, ଜଗତସିଂହପୁର, ସୁବର୍ଣ୍ଣପୁର, ଅନୁଗୁଳ ଓ ରାୟଗଡା ଜିଲ୍ଲାରେ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୭ ହୋଇଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରପକ୍ଷରେ ୮ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ଦୁଇ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ୟୁନଫର୍ମ ପିନ୍ଧିନଥିବାରୁ ଛାତ୍ରୀଙ୍କ ଲେଗିଙ୍ଗସ୍ ଖୋଲିଦେଲେ

mahabharatanews

ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

mahabharatanews

ଲାଲ ବାହିନୀର ଧମକ, ପ୍ରତିଶୋଧ ନେବ ଦୁଇ ସଦସ୍ୟଙ୍କ ହତ୍ୟାର

mahabharatanews