ଅପରାଧଓଡିଶା

ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ

ମଧୂସୁଦନ ବହିଦାର/ ବଲାଙ୍ଗୀର: ଏକ ଅଭିନବ ଉପାୟରେ ମଦ ଚାଲାଣ । ପେଟ୍ରୋଲ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ । ଏକ ପେଟ୍ରୋଲ୍ ଟ୍ୟାଙ୍କରରୁ ୭୮ ବୋତଲ ବିଦେଶୀ ମଦ, ବିୟର୍ ଓ କେନ୍ ବିୟର୍ ଜବତ କରିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ପୋଲିସ । ଟ୍ୟାଙ୍କର ଟି ବଲାଙ୍ଗୀରରୁ ରେଢାଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ୟାଙ୍କରରେ ବିଦେଶୀ ମଦ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ର ରୁ ଖବର ପାଇଥିଲା ପୁଇଁତଳା ପୋଲିସ । ଏହାପରେ ପୁଲିସ ଏକ ଟିମ ପ୍ରସ୍ତୁତ କରି ଚଢାଉ କରିଥିଲା । ଟ୍ୟାଙ୍କର ଯାଞ୍ଚ କରିବାରୁ, ୭୮ ବୋତଲ ବିଦେଶୀ ମଦ ମିଳିଥିଲା । ପୁଲିସ ଏହି ମଦ ଜବତ କରିଛି ଓ ଏକ ମାମଲା ରୁଜ୍ଜୁ କରି ପୋଲିସ ଅଭିଯୁକ୍ତ ଟ୍ୟାଙ୍କର ଡ୍ରାଇଭର ଅକୁର ସାହୁକୁ ଗିରଫ କରିଛି ।

Related posts

କେନ୍ଦ୍ର ନିର୍ଦ୍ଦେଶ କ୍ରମେ ମାସ୍କ କିଣାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ଜଳବନ୍ଦୀ ଭିତରେ ଚାଲିଛି ଚିକିତ୍ସା ସେବା

mahabharatanews

ପାଣିରେ ଚାଲି ଚାଲି ସମସ୍ୟା ଦେଖିଲେ ଭଦ୍ରକ ଜିଲ୍ଲାପାଳ

mahabharatanews