ଓଡିଶା

ଜଳବନ୍ଦୀ ଭିତରେ ଚାଲିଛି ଚିକିତ୍ସା ସେବା

(ଅଜିତ ସାହୁ/ଜଳେଶ୍ୱର): ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ରାଜ୍ୟର ଅନେକ ଜିଲ୍ଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ଜଳବନ୍ଦୀ। ତେବେ ଏହି ଜଳବନ୍ଦୀ ଭିତରେ ଚାଲିଛି ଚିକିତ୍ସା ସେବା । ବ୍ଲକ ଅନ୍ତର୍ଗତ ଲକ୍ଷମଣନାଥ ସୀମାନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷା ପାଣି ପଶିଥିବା ବେଳେ ଏଠାରେ ଚିକିତ୍ସା ସେବା ବ୍ୟାହତ ହୋଇନାହିିଁ । ସ୍ୱାସ୍ଥ୍ୟ କେନ୍ଦ୍ରଟି ସ୍ଥାପନା ହେବାର ୨୬ ବର୍ଷ ପୁରିଥିଲେ ବି ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ପଡିରହିଛି । ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି ଜଲେଶ୍ୱର ସହର ଏବଂ ଆଖପାଖ ଅଞ୍ଚଳ। ଓଡିଶା ଓ ପଶ୍ଚିମବଙ୍ଗର ସୀମାରେ ଥିବା ଲକ୍ଷମଣନାଥ ସୀମାନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଷ୍ଟାଫ କ୍ୱାର୍ଟର ଭିତରେରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ନାଳ ମର୍ଦମାର ପାଣି । ଅପରିଷ୍କାର ପାଣି ସହିତ ମେଡିକାଲ ପରିସରରେ ବୁଲୁଛନ୍ତି ମାଳ ମାଳ ବେଙ୍ଗ,ବିଛା ଓସାପ । ଉକ୍ତ ମେଡିକାଲ ଉପରେ ଚିକିତ୍ସା ପାଇଁ ପଡୋଶୀ ପଶ୍ଚିମବଙ୍ଗ, ରାଇବଣିଆ ଓ ଆଖପାଖ ଅଞ୍ଚଳର ୧୦ଟି ପଞ୍ଚାୟତର ବାସିନ୍ଦା ନିର୍ଭର କରିଥାନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଆଣ୍ଠୁଏ ଲେଖାଏ ପାଣି ଭିତରେ ଚିକିତ୍ସାସେବା ଯୋଗାଉଛନ୍ତି କାର୍ୟ୍ୟରତ ଆୟୁଷ ଡାକ୍ତର ଦୀନକୃଷ୍ଣ ଜେନା । ଗୋଟିଏ ପଟେ ସରକାର କରୋନା ମୁକାବିଲା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିବା ବେଳେ ସ୍ୱାସ୍ଥ୍ୟ ସେବା ପ୍ରତି ଅଧିକ ଗୁରୁତ୍ୱ ଦେଉଥିବାର ଡ଼ିଡ଼ିମ୍ବ ପିଟୁଛନ୍ତି। ମାତ୍ର ବାସ୍ତବ ଚିତ୍ର କିନ୍ତୁ ପୁରାପୁରି ଓଲଟା । ଲଗାଣ ବର୍ଷା ଯୋଗୁ ପାଣି ଜମି ରହିବା ଫଳରେ ମେଡିକାଲ ପରିସର କେତେ ସୁରକ୍ଷିତ ସେ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ମେଡିକାଲ ପରିସରରୁ ପାଣି ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।

Related posts

ବାଲୁକା କଳାରେ ଦିଲ୍ଲୀ ଦଖଲ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା

mahabharatanews

ଜୀବିକା ପାଇଁ ଧାରଣାରେ ବିଦ୍ୟୁତ ମିଟର ରିଡର

mahabharatanews

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews