ଓଡିଶା

ଅକାଳରେ କାନ୍ଥ ପଡ଼ି ଚାଲିଗଲା ଦୁଇ ଗୋରୁଙ୍କ ଜୀବନ

(ଜଳେଶ୍ବର/ ଅଜିତ ସାହୁ ) : ବଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପୁଟ୍ରା ପଂଚାୟତ ତେନ୍ତୁଳିଆ ଗ୍ରାମରେ ଘଟିଛି ଏକ ଅଘଟଣ। ସୂଚନା ଅନୁଯାୟୀ ମୃତଞ୍ଜୟ ଜେନାଙ୍କ ଗୋହାଳ ଘର ଅମ୍ଫାନ ବାତ୍ୟା ଓ ଲଗାଣ ବର୍ଷା ପାଇଁ ବିପଦ ସଂକୁଳ ଅଵସ୍ଥାରେ ରହିଥିଲା। ଗତ କାଲି ସନ୍ଧ୍ୟା ସମୟରେ ଅଚାନକ କାଁଥ ଭୁଶୁଡି ଯିବାରୁ ଗୋଟିଏ ଗାଈ ସମେତ ବାଛୁରୀ ର ମୃତ ଘଟିଛି, ଏବଂ ଅନ୍ୟ ଗୋଟିଏ ଗାଈ ଗୁରୁତର ଆହତ ହୋଇଛି। ଖବର ପାଇ ବସ୍ତା ଗୋଷ୍ଠୀ ପ୍ରାଣୀ ଚିକିସ୍ତା ଅଧିକାରୀ ଡ଼ା-ଅଜୟ କୁମାର ବେହେରା, ପଶୁ ସଂପଦ ନିରକ୍ଷକ ଅଧିକାରୀ ପ୍ରଫୁଲ କୁମାର ମହାନ୍ତି,ସ୍ଥାନୀୟ ଆର ଆଇ, ପୁଟ୍ରା ପଂଚାୟତ ର ସରପଞ୍ଚ ପ୍ରତିନିଧି ଭଜ ହରି ପରିଡା , ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

Related posts

କରୁଆ ପଂଚାୟତରେ କୋରନା ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେମେ

mahabharatanews

ହାତୀ ଆକ୍ରମଣରେ ଯୁବକ ମୃତ

mahabharatanews

ଦଣ୍ଡ ନୃତ୍ୟ ପାଇଁ ଚର୍ଚ୍ଚାରେ ନୟାଗଡ଼ ର ସଠିଆପଲ୍ଲୀ ଗାଁ

mahabharatanews