Uncategorized

୭ ଆଇଇଡିଏସ ଉଦ୍ଧାର

ସୁକମା: ଛତିଗଡର ସୁକମା ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ଖଞ୍ଜାଯାଇଥିବା ୭ଟି ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇଜ (ଆଇଇଡିଏସ) ଆଜି ସିଆରପିଏପ ପକ୍ଷରୁ ଉଦ୍ଧାର କରାଯାଇଛି । ସୁକମାର କୋନ୍ଦାସାଭଲି ଗାଁ ନିକଟରେ ସକ୍ସଲମ।।ନେ ୫ କିଲୋମିଟର ବ୍ୟାପୀ ୭ଟି ଆଇଇଡିଏସ ଖଞ୍ଜିଥିବା ବେଳେ ସିଆରପିଏଫ ଏହାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ବୋଲି ସିଆରପିଏଫ ୨୩୧ ବାଟାଲିଆନର ସିଓ ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ବିସ୍ଫୋରକ ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଖଞ୍ଜିଥିଲେ । ଆଜି କିଛି ସୈନିକ ସେମାନଙ୍କୁ କ୍ୟାମ୍ପକୁ ଫେରୁଥିବା ବେଳେ ୩ ଜଣ ସନ୍ଦିଗ୍ଧ ସୁରକ୍ଷାବଳକୁ ଦେଖି ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲେ । ଏହା ଦେଖି ଯବାନମାନେ ଯ।।ଞ୍ଚ କରିବା ସମୟାର ୭ଟି ଆଇଇଡିଏସ ଉଦ୍ଧାର କରିଛନ୍ତି ।

Related posts

ମିଶନ ଶକ୍ତି ସଭାଗୃହ ଉଦ୍ଘାଟନ ବିଧାୟକ

mahabharatanews

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

mahabharatanews

ଏନକାଉଣ୍ଟରରେ ପୁଣି ଜଣେ ଆତଙ୍କୀ ନିହତ

mahabharatanews