ଓଡିଶା

ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର

ପୁରୀ: ମହାମାରୀ କରୋନା ମଧ୍ୟରେ ଆସନ୍ତା ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ସେବାୟତମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଛି ମନ୍ଦିନର ପ୍ରଶାସନ । ଏଥିନେଇ ପୁରୀରେ ଆରମ୍ଭ ହୋଇଛି ହୋମିଓପାଥିକ ସ୍ୱାସ୍ଥ୍ୟ ଶିବିର । ଦଇତାପତି ସେବକମାନଙ୍କୁ କରୋନା ଭୂତାଣୁଠାରୁ ରକ୍ଷା କରିବା ପାଇଁ ଶିବିରରେ ସେମାନଙ୍କୁ ସଚେତନ କରାଇବା ସହ ଶକ୍ତିବର୍ଦ୍ଧକ ହୋମିଓପାଥି ଔଷଧ ଦିଆଯାଇଚି।
୫୯ଜଣ ଦଇତାପତି ପରିବାକୁ ହୋମିଓପାଥିକ ଔଷଧ ବିତରଣ କରାଯାଇଛି । ଏଥି ସହିତ ରଥଖଳାରେ କାର୍ୟ୍ୟ କରୁଥିବା ଭୋଇ ସେବକ ଏବଂ ମହାରଣା ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୧୬୫ଜଣଙ୍କୁ ହୋମିଓପାଥିର ଶକ୍ତିବର୍ଦ୍ଧକ ଔଷଧ ଦିଆଯାଇଛି । ଆସନ୍ତା କାଲି ପ୍ରତିହାରୀ ନିଯୋଗ ଏବଂ ତାଙ୍କ ପରିବାରକୁ କରୋନା ସଂକ୍ରାନ୍ତରେ ସଚେତନ କରାଯିବା ସହିତ ହୋମିଓପାଥିକ ଔଷଧ ପ୍ରଦାନ କରାଯିବ । ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍ଘାତନଟ କରିଛନ୍ତି । ଏଥିରେ କ୍ଷେତ୍ରୀୟ ହୋମିଓପାଥିକ ଅନୁସନ୍ଧାନ ସଂସ୍ଥାନ ପୁରୀଙ୍କ ସୌଜନ୍ୟରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବାବେଳେ ଡାକ୍ତର ଉମାକାନ୍ତ ପୃଷ୍ଟି, ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଡାକ୍ତର ପଞ୍ଚାନନ ପ୍ରଧାନଙ୍କ ଭଳି ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ରହିଥିଲେ ।
ଗତକାଲି ତିନିରଥରେ ନାହାକା ବାନେ୍ଧଣି ପାଇଁ ତଳ କଇଁଚି ରଥର ଦକ୍ଷିଣ ପାଶ୍ୱର୍ରେ ଫିଟିଙ୍ଗ କରାଯାଇଥିଲା । ବାମପାଶ୍ୱର୍ କଇଁଚି ଗତକାଲି ରଥକାମ ବନ୍ଦ ପୂର୍ବରୁ ଲଗାଯାଇଛି । ଆଜି ତିନି ରଥର ବଡଧରା ପୋଟଳ ଲଗାଯାଇଛି । ଏହାପରେ ତିନି ରଥର ମୂଳ ଭୂଇଁରେ କଇଁଚି ବାଡିଆ ସହ ଅଗ ଭୂଇଁରେ କଇଁଚି ବାଡିଆ କାମ ଚାଲିଛି । ଆଜି ତିନି ରଥର ୪ଟି ଲେଖାଁଏ କତରା ଆଗଆଣି-୨ଟି ଏବଂ ପଛଆଣି ୨ଟି ତିଆରି ଚାଲିଛି । ଚାରପରିଛା ଉପରେ କତରା ବାଡିଆ ହୋଇ ଏଥିରେ ରଥର ଘୋଡା ବନ୍ଧାଯିବ । ଆଜି ଉକ୍ତ ଚାରପରିଛା ରଥରେ ବାଡିଆ ହୋଇଛି । ରୂପକାର ସେବକମାନେ ଚାରପରିଛା ଏବଂ ନାଟଗୋଜରେ ରାହୁଚାପ ଏବଂ ଚାନ୍ଦିଲତା ଖୋଦେଇ କରୁଛନ୍ତି । ଖୋଦେଇ କାମ ସରିଥିବା ନାଟ ଗୋଜ ଗୁଡିକୁ ରଙ୍ଗ କରାଯିବା ପାଇଁ ଚିତ୍ରକର ସେବକମାନଙ୍କ ପାଖକୁ ପଠାଇଛନ୍ତି । ଶ୍ରୀମନ୍ଦିର ନୂତନ କାର୍ୟ୍ୟାଳୟ ଠାରେ ପାଶ୍ୱର୍ ଦେବାଦେବୀ ଇତ୍ୟାଦିଙ୍କର ରଙ୍ଗକାର୍ୟ୍ୟ ଚିତ୍ରକର ସେବକମାନେ କରୁଛନ୍ତି ।

Related posts

୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ 

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews

ବସ ଓ ଟ୍ରକ ଧକ୍କା: ୩ ଚାଳକ ଗୁରୁତର

mahabharatanews