ଓଡିଶା

ଦୁଇ ଵେଆଇନ କରତକଳ ଉପରେ ଚଢାଉ, ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ଜୟନ୍ତ ସେଠୀ/ଗୋପ: ଚାରିଛକ ରାସ୍ତାର ଗୋପ ରେଜଂ ଅଧୀନ ଜମରାଠାରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଭୂବନେଶ୍ଵର ଭିଜିଲାନ୍ସ ଏଵଂ ପୁରୀ ଵନ ଵିଭାଗ ପକ୍ଷରୁ ମିଳିତ ଚଢାଉ ହୋଇଛି । ଏହି ଚଢାଉରେ ପ୍ରାୟ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଯନ୍ତ୍ରାଶଂ ଓ ଆକାଶୀ, ପଟାସ ଆଦି କାଠ ଗଣ୍ଡି ଜବତ କରାଯାଇଛି । ଦୀର୍ଘ ଵର୍ଷ ହେଲା ଗୋପ-ନିମାପଡା ବ୍ଲକର ଵିଭିନ୍ନ ସ୍ଥାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି କରତକଳମାନ ଚାଲି ଆସୁଛି । ଏପରିକି ପିପିଲି-କୋଣାର୍କ ରାସ୍ତା, ଚାରିଛକ-ବାଲିଘାଇ ରାସ୍ତା ଏଵଂ ନିମାପଡା-କାକଟପୁର ରାସ୍ତା ଧାରରେ ୩୦ରୁ ଊଦ୍ଧ୍ୱର୍ ଵେଆଇନ କରତକଳ ଚାଲିଥିବାବେଳେ ଵିଭିନ୍ନ ସମୟରେ ଚଢାଉ ସମୟରେ କରତକଳମାଲିକମାନଙ୍କୁ ପୂର୍ବ ସୂଚନା ଦିଆଯାଉଥିବାରୁ କୌଣସି ସୁଫଳ ମିଳୁନଥିଲା । ହେଲେ ଆଜି ଅଚାନକ ଭିଜିଲାନ୍ସ ପକ୍ଷରୁ ଏହି ୨ ବେଆଇନ କରତକଳ ଉପରେ ଚଢାଉ କରାଯାଇ ସୁଫଳ ମିଳିଥିବା ଦେଖିବାକୁ ମିଳିଛି । ଏହିପରି ଅଚାନକ ଚଢାଉ କରାଗଲେ ଅଞ୍ଚଳରେ ବେଆଇନ କରତକଳ ବନ୍ଦ ହେବ ବୋଲି ସ୍ଥାନୀୟ ଲୋକେ ଆଶବ୍ୟକ୍ତ କରୁଛନ୍ତି ।

Related posts

ମାଲକାନଗିରି ଜଙ୍ଗଲରେ ମାଓବାଦୀଙ୍କ ଅତ୍ୟାଧୁନିକ ତାଲିମ ଶିବିର

mahabharatanews

କରୋନା ସଂକ୍ରମଣ ଭୟ: ଲୋକେ ରାସ୍ତାରୁ ଟଙ୍କା ଉଠାଇବକୁ କୁଣ୍ଠିତ

mahabharatanews

ବିଧାନ ସଭାରେ ସୌମ୍ୟ ମୃତ୍ୟୁ ମାମଲା

mahabharatanews