Uncategorized

ଦାସ ବ୍ୟବସାୟୀ ରବର୍ଟ ମିଲିଗାନଙ୍କ ପ୍ରତିମୂର୍ତ୍ତି ହଟିଲା

ଲଣ୍ଡନ: ଡକଲ୍ୟାଣ୍ଡ ସ୍ଥିତ ଲଣ୍ଡନ ମ୍ୟୁଜିୟମ ସମ୍ମୁଖରେ ଥିବା ଦାସ ବ୍ୟବସାୟୀ ରବର୍ଟ ମିଲିଗାନଙ୍କ ପ୍ରତିମୂର୍ତ୍ତିକୁ ବ୍ରିଟେନ ହଟାଇ ଦେଇଛି । ଲଣ୍ଡନ ମେୟର ସାଦିକ ଖାନ୍ ଏସମ୍ବନ୍ଧରେ କହିଛନ୍ତି, ଏହା ନିଷ୍ଠୁର ସତ୍ୟ ଯେ ଦାସ ବାଣିଜ୍ୟରୁ ଆମର ବହୁ ଆୟ ହୋଇଥିଲା। ହେଲେ ସର୍ବସାଧାରଣ ସ୍ଥାନରେ ଏହାକୁ ଆମେ ପ୍ରଦର୍ଶିତ କରିପାରିବା ନାହିଁ । ଏଣୁ ମିଲିଗାନଙ୍କ ପ୍ରତିମୂର୍ତ୍ତି ଆଉ ରହିବନି । ମେୟରଙ୍କ ଏହି ଘୋଷଣା ପରେ ସେଠାରୁ ମୂର୍ତ୍ତିକୁ ହଟାଇ ଦିଆଯାଇଛି ।
ମେୟର ଆହୁରି କହିଛନ୍ତି ଯେ ଏହି ସ୍ମାରକ ଯନ୍ତ୍ରଣାଶିକ୍ତ ସଂଗ୍ରାମ ଓ ମାନବତା ବିରୋଧୀ । ଏଣୁ ଏହାକୁ ଏଠାରୁ ହଟାଇ ଦେବା ପାଇଁ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଲଣ୍ଡନ ମ୍ୟୁଜିୟମ ସମ୍ମୁଖରୁ ରବର୍ଟ ମିଲିଗାନଙ୍କ ପ୍ରତିମୂର୍ତ୍ତିକୁ ହଟାଇବା ଲାଗି ଦି କେନାଲ ଏଣ୍ଡ ରିଭର ଟ୍ରଷ୍ଟ ଲଣ୍ଡନ ବୋରୋ ଅଫ ଟାୱାର ହେମଲେଟସ୍‌ର ସହାୟତା ନେଇଥିଲେ। ଏବେ ରାଜଧାନୀ ଲଣ୍ଡନର ସାର୍ବଜନିକ ସ୍ଥଳମାନଙ୍କର ବିବିଧତାର ସମୀକ୍ଷା ଓ ସଂସ୍କାର ଲାଗି ଏକ ନୂଆ ଆୟୋଗର ସ୍ଥାପନା ହେବ ବୋଲି ମେୟର ସାଦିକ୍ ଖାନ ଘୋଷଣା କରିଛନ୍ତି। ଆମ ସହରର ସମସ୍ତ ବିବିଧତା ବାସ୍ତବିକ ପ୍ରଶଂସା ଯୋଗ୍ୟ, ତେବେ ଉତ୍ତରାଧିକାରରେ ଆମକୁ କଣ ମିଳିଛି ତାହାବି ଆମେ ସମୀକ୍ଷା କରିବା ଉଚିତ ବୋଲି ମେୟର କହିଛନ୍ତି ।
ଏହା ପୂର୍ବରୁ ଦେଶର ଅନ୍ୟତମ ପ୍ରମୁଖ ଦାସ ବ୍ୟବସାୟୀ ଏଡୱାର୍ଡ କଲଷ୍ଟନଙ୍କ ମୂର୍ତ୍ତିକୁ ବିକ୍ଷୋଭକାରୀ ନଷ୍ଟ କରିଦେଇଛନ୍ତି ।

Related posts

ମଣ୍ଡିର ଏନଏଚ-୩ରେ ଭୂସ୍ଖଳନ: ଯାତାୟାତ ଠପ

mahabharatanews

କରୋନା ଭାଇରସ ଲାବରୁ ସୃଷ୍ଟି ହୋଇନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

mahabharatanews

ମୁମ୍ବାଇର ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ

mahabharatanews