Uncategorized

ଏଲଜିଙ୍କ ନିର୍ଦ୍ଦେଶ ପାଳନ କରାଯିବ: କେଜରିୱାଲ

ନୂଆଦିଲ୍ଲୀ: ଡାକ୍ତରଖାନା ଶଯ୍ୟା ପ୍ରସଙ୍ଗରେ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ଙ୍କ ଆଦେଶ କାର୍ୟ୍ୟକାରୀ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି । ସେ ଆହୁରି କହିଛନ୍ତି, ଏହା ଯୁକ୍ତିତର୍କର ସମୟ ନୁହେଁ । ଦିଲ୍ଲୀ ହସ୍ପିଟାଲ୍‌ଗୁଡିକର ବେଡ୍ କେବଳ ଦିଲ୍ଲୀବାସୀ କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖାଯିବ ନାହିଁ ବୋଲି ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ (ଏଲଜି) ବୈଜଲ୍‌ ସୋମବାର ଦିନ ଆଦେଶ ଦେଇଥିଲେ।
ଆଜି ଭର୍ଚ୍ୟୁଆଲ୍ ଅଭିଭାଷଣରେ କେଜ୍ରିୱାଲ୍ କହିଛନ୍ତି, ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍‌ଙ୍କ ନିର୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଏବେ ଦ୍ବିମତ ହେବାର କି, ଯୁକ୍ତି କରିବାର ବେଳ ନୁହେଁ। କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦିଲ୍ଲୀ ସରକାର ପାଳନ କରିବ ଏବଂ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍‌ଙ୍କ ଆଦେଶ ପ୍ରଣୟନ କରିବ। ସମସ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆମେ ପାରୁପର୍ୟ୍ୟନ୍ତ ବ୍ୟବସ୍ଥା କରିବା। ଆମେ ମିଳିତ ଭାବେ କୋଭିଡ୍-୧୯ ବିରୋଧରେ ସଂଗ୍ରାମ କରିବା। ସେ ଅବଶ୍ୟ କହିଛନ୍ତି ଯେ, ଯଦି ଦିଲ୍ଲୀ ଡାକ୍ତରଖାନାଗୁଡିକରେ ଅନ୍ୟ ରାଜ୍ୟର କୋଭିଡ୍-୧୯ ସଂକ୍ରମିତଙ୍କୁ ଚିକିତ୍ସା କରାଯାଏ ତେବେ, ଜୁଲାଇ ମାସରେ ‌ସଂକ୍ରମିତମାନଙ୍କ ନିମନ୍ତେ ଅଧିକ ଶଯ୍ୟା ଆବଶ୍ୟକ ହେବ।

Related posts

ଇଟାଲିକୁ ପଛରେ ପକାଇ ଭାରତ ବିଶ୍ୱ କରୋନା ତାଲିକାରେ ୬ଷ୍ଠ ସ୍ଥାନରେ

mahabharatanews

ଆଜି ଗଡିଲା ଅଯୁଗ୍ମ ନମ୍ବର ଗାଡି

mahabharatanews

ପାଲଘର ରାସାୟନ କାରଖାନା ବିସ୍ଫୋରଣ

mahabharatanews