ଓଡିଶା

ହାଇୱା ମାଲିକ ସଙ୍ଘ ଦାବି ପୂରଣ ନ ହେଲେ ହେବ ଆନ୍ଦୋଳନ

ତାରାକାନ୍ତ ନାୟକ/ ସାଲେପୁର: ଲକ ଡାଉନ ସମୟରେ ସରକାର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି । କିନ୍ତୁ ଅବିଭକ୍ତ କଟକ ଜିଲ୍ଲାରେ ଟିପ୍ପର, ହାଇୱା ମାଲିକମାନଙ୍କଠାରୁ ପ୍ରଶାସନ ଅନ୍ୟାୟ ଭାବେ ଜୋରିମାନା ଆଦାୟ କରିବା ସହ ସେମାନଙ୍କ ଉପରେ ଜୁଲମ କରୁଛି ବୋଲି ଟିପ୍ପର, ହାଇୱା ମାଲିକ ସଙ୍ଘ ସାଲେପୁର ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟ ରାଜସ୍ବ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି। ଯଦି ସରକାର ଗାଡିମାଲିକଙ୍କର ଏ ସମସ୍ୟା ପ୍ରତି ଦୃଷ୍ଟି ନ ଦିଅନ୍ତି କିମ୍ବା ୭ ଦିନ ମଧ୍ୟରେ ଏହାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଗାଡି ମାଲିକ ସଙ୍ଘ ତରଫରୁ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଙ୍ଘର ସଭାପତି ନନ୍ଦ କିଶୋର ଭୂୟାଁ ଏକ ପ୍ରେସମିଟରେ କହିଛନ୍ତି।

Related posts

ଆସନ୍ତକାଲି ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସଠିକ ସମୟ 

mahabharatanews

କୋଟପାଡରେ ବନ୍ଧୁମିଳନ କାର୍ଯ୍ୟକ୍ରମ

mahabharatanews

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews