ଓଡିଶା

ହାଇୱା ମାଲିକ ସଙ୍ଘ ଦାବି ପୂରଣ ନ ହେଲେ ହେବ ଆନ୍ଦୋଳନ

ତାରାକାନ୍ତ ନାୟକ/ ସାଲେପୁର: ଲକ ଡାଉନ ସମୟରେ ସରକାର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି । କିନ୍ତୁ ଅବିଭକ୍ତ କଟକ ଜିଲ୍ଲାରେ ଟିପ୍ପର, ହାଇୱା ମାଲିକମାନଙ୍କଠାରୁ ପ୍ରଶାସନ ଅନ୍ୟାୟ ଭାବେ ଜୋରିମାନା ଆଦାୟ କରିବା ସହ ସେମାନଙ୍କ ଉପରେ ଜୁଲମ କରୁଛି ବୋଲି ଟିପ୍ପର, ହାଇୱା ମାଲିକ ସଙ୍ଘ ସାଲେପୁର ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟ ରାଜସ୍ବ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି। ଯଦି ସରକାର ଗାଡିମାଲିକଙ୍କର ଏ ସମସ୍ୟା ପ୍ରତି ଦୃଷ୍ଟି ନ ଦିଅନ୍ତି କିମ୍ବା ୭ ଦିନ ମଧ୍ୟରେ ଏହାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଗାଡି ମାଲିକ ସଙ୍ଘ ତରଫରୁ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଙ୍ଘର ସଭାପତି ନନ୍ଦ କିଶୋର ଭୂୟାଁ ଏକ ପ୍ରେସମିଟରେ କହିଛନ୍ତି।

Related posts

୨ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

mahabharatanews

ଆଗାମୀ ୩ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

mahabharatanews

ଆଉ ୪ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି

mahabharatanews