ଓଡିଶା

ଆଗାମୀ ୩ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

(ଭୁବନେଶ୍ୱର) : କିଛି ଦିନର ବ୍ୟବଧାନ ପରେ ପୁଣି ବର୍ଷା ସମ୍ଭାବନା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଯେ । ବର୍ଷା ହେଲେ ବି ଉପକୂଳ ଓଡ଼ିଶାରେ ଗରମ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

ସୂଚନାନୁଯାୟୀ , ଆଗାମୀ ୨୪ଘଣ୍ଟାରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଜିଲ୍ଲା ଘଡ଼ଘଡି ସହ ବର୍ଷା ନେଇ ସତର୍କତା ଜାରି କରିଛି । ସେହିଭଳି ୨୫  ଓ ୨୬ ତାରିଖରେ ବର୍ଷାର ବିସ୍ତୃତି ସାମାନ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related posts

ଭଦ୍ରକରେ ଫସିଥିବା ଶ୍ରମିକଙ୍କ ପାଇଁ ଜାରିହେଲା ହଲପ୍ ଲାଇନ ନଂ

mahabharatanews

ଶ୍ରୀମନ୍ଦିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

mahabharatanews

ଜିଲ୍ଲାପାଳଙ୍କ ନାମରେ ହତ୍ୟା ଅଭିଯୋଗ

mahabharatanews