ଓଡିଶା

 ବଢିଲା ୬ କୁଳପତିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ଛଅଟି ବିଶ୍ୱବିଦ୍ୟାଳୟର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଷୀ ଲାଲ । ଜୁଲାଇ ଓ ଅଗଷ୍ଟ ମାସରେ ଉକ୍ତ ଛଅ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏବେ ନୂତନ କୁଳପତି ନିଯୁକ୍ତି କ୍ଷେତ୍ରରେ ବିଳମ୍ବ ହୋଇପାରେ । ତେଣୁ ସେମାନଙ୍କର କାର୍ଯ୍ୟକାଳ ୩ ମାସ ଯାଏ ବୃଦ୍ଧି କରାଯାଇଛି । ଏହା ମଧ୍ୟରେ ଅବା ନୂତନ କୁଳପତି ନିଯୁକ୍ତ ହେବା ଯାଏ ସେମାନେ କାର୍ଯ୍ୟରେ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ସେମାନେ କୁଳାଧିପତିଙ୍କ ଅନୁମତି ବିନା ବିଶ୍ୱବିଦ୍ୟାଳୟରେ କୌଣସି ପ୍ରକାରର ନିଯୁକ୍ତି ଦେଇପାରିବେ ନାହିଁ ।
ସୂଚନା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଜୁଲାଇ ୩୦ ତାରିଖରେ ଶେଷ ହେବାକୁ ଥିବା ବେଳେ ରମାଦେବୀ ବିଶ୍ୱିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ରଙ୍କ ଜୁଲାଇ ୧୭, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧୁସ୍ମିତା ଦାସଙ୍କ ଅଗଷ୍ଟ ୧, ଖଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କ ଜୁଲାଇ ୧୩, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କ ଅଗଷ୍ଟ ୩୧, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଅତୁନୁ କୁମାର ପତିଙ୍କ ଜୁଲାଇ ୨୫ ତାରିଖରେ କାର୍ଯ୍ୟକାଳ ଶେଷ ହେବାର ଅଛି ।

Related posts

ଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହର

mahabharatanews

ଆସୁଛି ଦୁଇ ଦୁଇଟି ଲଘୁଚାପ, ୫ ରୁ ରାଜ୍ୟରେ ବର୍ଷା ସମ୍ଭାବନା

mahabharatanews

ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର

mahabharatanews