ଅପରାଧଓଡିଶା

ଚୋରା କଇଁଛ କାରବାର, ୪ ଗିରଫ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ୍ର ଦୁଇଟି ସ୍ଥାନରୁ ଜବତ ହୋଇଛି ୪୩ କଇଁଛି । ଏହି କଇଁଛ ସବୁ ଚାଲାଣ ହେଉଥିଲା । ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ହେଲେ ଏମ୍ଭି – ୯୬ ଗାଁର ବିଶ୍ୱ ସିଲ୍ , ବଲାଇ ସରକାର , ଏମ୍ପିଭି – ୬୫ ଗାଁର ସାଗର ମଲ୍ଲିକ ଓ ବିପୁଲ ମିର୍ଜା । ବାହାରୁ କଇଁଛ ଆଣି ଏମାନେ ଚୋରାରେ ବିକ୍ରି କରୁଥିବା ବେଳେ ଚଢାଉ କରିଥିଲା ବନ ବିଭାଗ। ମୋଟୁ ରେଞ୍ଜର ବଳରାମ ନାୟକ , ଏମ୍ଭି – ୭୯ର ଫରେଷ୍ଟର ଶିବାଜୀ ମଣ୍ଡଳ , ବିଦ୍ୟୁତ୍ ବିଶ୍ଵାସ , ଫରେଷ୍ଟ ଗାର୍ଡସୁମିତ ବିଶ୍ଵାସ ଓ ମମତା ବିଶୋଇ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ । ଏପିଭି – ୮୩ ଗାଁ ନିକଟରୁ ୨୩ଟି ଓ ଏମ୍ଭି – ୪୨ ଗାଁ ନିକଟରୁ ୨୦ଟି କଇଁଛ ଜବତ କରାଯାଇଥିଲା । ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଏସବୁ କଇଁଛ ଆନ୍ଧ୍ରରୁ ଆଣିଥିଲେ । ସ୍ଥାନୀୟ ଅଞ୍ଚଳରେ ଚୋରାରେ ବିକ୍ରି କରୁଥିଲେ । ସେମାନଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏହି କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି , ତାହା ଜାଣିବା ଲାଗି ଉଦ୍ୟମ ଜାରି ରହିଛି ।

Related posts

ନିଜ ମୁଣ୍ଡକୁ ନିଜେ ଛେଚି ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର

mahabharatanews

୧୦ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews