ଓଡିଶା

ପାଟଣା ଅବକାରୀ ବିଭାଗ ଚଢାଉ, ୩ ଗିରଫ

ବିଜୟ କାର୍ରୁଆ/ପାଟଣା: ଦିନକୁ ଦିନ ପାଟଣାବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରେ ବେଆଇନ ଭାବେ ମଦ କାରବାର ଚାଲିଛି । ଆଗକୁ ରଜପର୍ବକୁ ଆଖି ଆଗରେ ରଖି ଜନ ସାଧାରଣଙ୍କ ଅଭିଯୋଗ କ୍ରମେ ଜିଲ୍ଲା ଅବକାରୀ ବିଭାଗ ଅଧ୍ୟକ୍ଷ ସିତାରାମ ମୁଦୁଲିଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଦିନ ପାଟଣା ଅବକାରୀ ବିଭାଗ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବିଭିନ୍ନ ପଂଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ଦୁଆଘାଟ ଗ୍ରାମରୁ ସେବତୀ ପରିଡା, ନୂଆଗାଁ ଗ୍ରାମରୁ ରିଙ୍କି ମୁଣ୍ଡା, ନୂଆଖମନ ଗ୍ରାମରୁ ସୁମିତ୍ରା ମୁଣ୍ଡାଙ୍କ ଘର ଉପରେ ଚଢ଼ାଉ କରି ୪୬ ଲିଟର ମହୁଲି ମଦ ଜବତ କରାଯାଇଛି । ୩ ଜଣକ ନାମରେ ୪ଟି କେଶ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପାଟଣା ଅବକାରୀ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି । ଏହି ଚଢ଼ାଉରେ ଅବକାରୀ ବିଭାଗ ଅନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ।

Related posts

ଯୁବ କଂଗ୍ରେସ ନେତା ସଂଗ୍ରାମଙ୍କ ପରଲୋକ

mahabharatanews

ଲାଇନ ସଜାଡୁଥିବା ବେଳେ ବିଦ୍ୟୁୂତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

mahabharatanews

ବଡଗୁଣ୍ଡରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ

mahabharatanews